Latest Odisha News

BREAKING NEWS

ମକର ରାଶିକୁ ଆସିବେ ବୁଧ, ଏହି ଜାତକ ପାଇଁ ଆରମ୍ଭ ହେବ ଶୁଭ ଦିନ

ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଘଟଣା ବୋଲି ଧରାଯାଏ । ଯାହାର ଗଭୀର ପ୍ରଭାବ ପ୍ରତିଟି ରାଶିର ଜୀବନ ଉପରେ ପଡ଼ି ଥାଏ । ଚଳିତ ବର୍ଷ ଶେଷରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବୁଧ ଗ୍ରହକୁ ବୁଦ୍ଧି, ଶକ୍ତି ଓ କଳାକୌଶଳର ଗୁରୁ କୁହାଯାଏ । କନ୍ୟା ଓ ମିଥୁନ ରାଶିର ସ୍ୱାମୀ ହେଉଛନ୍ତି ବୁଧ । ଏଥିସହ ବୁଧ ଗ୍ରହକୁ ସବୁ ଗ୍ରହଙ୍କର ରାଜା କୁହାଯାଏ ।

ଜ୍ୟୋତିଷଙ୍କ ଅନୁସାରେ, ଡିସେମ୍ବର ମାସରେ ବୁଧ ତିନିଥର ସ୍ଥିତି ବଦଳାଇଛନ୍ତି । ଡିସେମ୍ବର ୨୮ରେ ବୁଧ ପୁଣି ଥରେ ସ୍ଥିତି ବଦଳାଇ ମକର ରାଶିରେ ପ୍ରବେଶ କରିବେ । ସକାଳ ୪ଟା ୫ ମିନିଟରେ ବୁଧ ଗ୍ରହ, ମକର ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା ମକର ରାଶିରେ ବୁଧ ଚଳନ ଦ୍ୱାରା କେଉଁ ରାଶିଙ୍କୁ କଣ ଫାଇଦା ମିଳିବ ।…

ମେଷ: ମକର ରାଶିରେ ବୁଧଙ୍କ ପ୍ରବେଶ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଲାଗି ଭଲ ଖବର ଆଣିବ । ଏହି ରାଶିର ବ୍ୟକ୍ତ କର୍ମକ୍ଷେତ୍ରରେ ସବୁ କାମ ଠିକ୍ ଭାବରେ କରିବେ । ନିଜ କଥାରେ ସମସ୍ତଙ୍କ ହୃଦୟ ଜିତିବେ । ବ୍ୟବସାୟରେ ପରିଶ୍ରମ କଲେ ସଫଳତା ପାଇବେ । ଭବିଷ୍ୟତ ଗଠନ ପାଇଁ ଭଲ ସମୟ ହୋଇଥିବା ବେଳେ ଫସି ରହିଥିବା ସମ୍ପତ୍ତି ମିଳିଯିବ ।

ବୃଷ: ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଲାଗି ବୁଧ ଚଳନ ଭଲ ଖବର ଆଣିବ । ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ସୁଦୃଢ଼ ହେବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବା ସହ ସାଥୀଙ୍କୁ ସମୟ ଦେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

କର୍କଟ: ବୁଧ ଚଳନ କର୍କଟ ରାଶି ଲାଗି ଶୁଭ ଫଳ ଦେବ । ଆର୍ଥିକ ସ୍ଥିତି ସୁଧୁରିବା ସହ କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ । ଆପଣଙ୍କ ଶତ୍ରୁ ଆପଣଙ୍କ ବିରୋଧରେ କୌଣସି ଯୋଜନା କଲେ ବି ଆପଣ ପୂରା ସାମର୍ଥ୍ୟର ସହ ତାର ସାମ୍ନା କରି ପାରିବେ । କରୁଥିବା କାର୍ଯ୍ୟ ଯୋଗୁଁ ଲୋକ ପ୍ରଂଶସା କରିବେ, ଆତ୍ମବିଶ୍ୱାସ ବଢ଼ିବ ।

କନ୍ୟା: ସେହିଭଳି କନ୍ୟା ରାଶି ପାଇଁ ମଧ୍ୟ ବୁଧ ଚଳନ ଲାଭଦାୟକ ହେବ । ଚାକିରି ଖୋଜୁଥିବା କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ଉତ୍ତମ ଚାକିରି ମିଳିବ । ପରିବାରରେ ଦୀର୍ଘ ଦିନରୁ ଲାଗି ରହିଥିବା ମତଭେଦ ତୁଟିବା ସହ ସମ୍ପତ୍ତି ମିଳି ପାରେ ।

Leave A Reply

Your email address will not be published.