Latest Odisha News

BREAKING NEWS

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ମଣ୍ଡଳୀରୁ ୩୫ ହଜାର ପରିବାର ଗାଏବ, ସତ କଣ ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀରୁ ଏକ ଆଶ୍ଚର୍ଯ୍ୟକର ଖବର ଆସିଛି । ବିଦ୍ୟୁତ୍ ବିଭାଗ ସହ ଜଡ଼ିତ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ବିଦ୍ୟୁତ୍ ବିଭାଗ ପାଇଁ କାମ କରୁଥିବା ଏକ ଏଜେନ୍ସି ଗୋରଖପୁର ଜୋନରେ ୩୫ ହଜାର ଘରେ ତାଲା ପଡ଼ିଥିବା କହିଥିଲା ।

ତେବେ ହଠାତ୍ କାହିଁକି ଏତେ ଘରେ ତାଲା ଝୁଲିଲା ? ଯାହାକୁ ନେଇ ବିଦ୍ୟୁତ୍ ବିଭାଗର ବଡ଼ ବଡ଼ିଆ ଅଧିକାରୀ ବି ଅବାକ୍ ହୋଇ ପଡ଼ିଥିଲେ । ମିଟର ରିଡିଂ ପାଇଁ ଯିବା ବେଳେ ଘରେ ତାଲା ପଡ଼ିଥିବା ଦେଖା ଯାଇଥିଲା । ଏହା ପରେ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଉ ତଦନ୍ତ ପରେ ସତ ସାମ୍ନାକୁ ଆସିଛି । ତାଲା ପଡ଼ିଥିବା ୩୫ ହଜାର ଘରେ ଲୋକ ରହୁଛନ୍ତି, କିନ୍ତୁ ବାହାରେ ତାଲା ମରା ଯାଇଛି । ଆଉ ଏହା ପଛର କାରଣ ହେଉଛି ବିଦ୍ୟୁତ୍ ବିଲ୍ ନ ଦେବା । ଏଥିରେ ଏଜେନ୍ସିର ବି ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡ଼ିଛି । ୨ ମାସ ହେଲା ଉକ୍ତ ଘର ଗୁଡ଼ିକରେ ମିଟର ରିଡିଂ ନିଆ ଯାଇ ନଥିଲା । ଏଥିପାଇଁ ବିଭାଗ ଏଜେନ୍ସିକୁ ଦାୟୀ କରିବା ସହ ବିଲିଂ ଆରମ୍ଭ କରିଛି ।

Leave A Reply

Your email address will not be published.