ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ୪ଟି ଘରୋଇ ହସପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହୋଉଥିବା ରୋଗୀଙ୍କ ସହ ଆଲୋଚନା କରିଥିଲେ। ବିଏସକେୱାଇ ଯୋଜନାରେ ମିଳୁଥିବା କାର୍ଡରେ କେତେ ଜଣ ରୋଗୀ ସେବା ପାଉଛନ୍ତି, ସେମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି, କାର୍ଡରୁ ମଗଣା ଚିକିତ୍ସା ବ୍ୟତିତ ଅତିରିକ୍ତ ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ସେ ବିଷୟରେ ରୋଗୀଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ପ୍ରକାଶଥାଉକି, ଡିସେମ୍ବର ୧୦ ତାରିଖରେ ପ୍ରଶାସନ ତରଫରୁ ୬ଟି ଘରୋଇ ନର୍ସିଂହୋମ ଉପରେ ଚଢ଼ଉ କରାଯାଇଥିଲା। ନର୍ସିଂହୋମଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ଯଥା କୋଠାର ଦଖଲ ପ୍ରମାଣପତ୍ରର ବୈଧତା, ଜୈବିକ ବର୍ଯ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା, ଟ୍ରେଡ୍ ଲାଇସେନ୍ସ, ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡର ପଞ୍ଜିକରଣ ସଂପର୍କରେ ଯାଞ୍ଚ କରାଯାଇଥିଲା। ଏହାପରେ ନିୟମ ଉଲଂଘନ କରୁଥିବା କିଛି ନର୍ସିଂ ହୋମକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।
BREAKING NEWS
- ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
- ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର
- ଡାକୁ ମାଝୀ ହତ୍ୟା ମାମଲା: ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ପ୍ରମାଣିତ
- ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ
- ପର୍ଥ ଟେଷ୍ଟ: ବୁମରାହଙ୍କ ଚମତ୍କାର ବୋଲିଂ, ଗୋଟିଏ ଦିନରେ ପଡିଲା ୧୭ ୱିକେଟ
- ବ୍ୟାନ ହେବ କି ‘ପୁଷ୍ପା-୨’? ବିବାଦରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ
Comments are closed.