Latest Odisha News

BREAKING NEWS

ପଂଜାବ ପଲିଟିକ୍ସ: ପ୍ରେମ ସିଂହଙ୍କ ପରେ ବିବି ଜାଗିର କୌର ଅକାଳୀ ଦଳକୁ ଫେରିବାକୁ ପ୍ରସ୍ତୁତ

ପଂଜାବ: ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପଂଜାବ ପଲିଟିକ୍ସ ସରଗରମ । ସିରୋମଣି ଅକାଳୀ ଦଳ (ବାଦଲ)ର ଅନ୍ୟ ଜଣେ ପ୍ରମୁଖ ତଥା ଅଭିଜ୍ଞ ନେତାଙ୍କୁ ପୁଣି ଦଳରେ ସାମିଲ କରିବାକୁ ଯାଉଛି । ଏସଜିପିସିର ପୂର୍ବତନ ସଭାପତି ବିବି ଜାଗିର କୌର ପୁଣି ଦଳରେ ସାମିଲ ନେଇ ଦେଇଛନ୍ତି ସଙ୍କେତ । ସେ ନଭେମ୍ବର ୧ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ବରିଷ୍ଠ ଅକାଳୀ ନେତା ପ୍ରେମ ସିଂହ ଚନ୍ଦୁମାଜରାଙ୍କ ପ୍ରତ୍ୟାବର୍ତ୍ତନର କିଛି ଦିନ ପରେ ବିବିଙ୍କ ଏହି ପ୍ରତ୍ୟାବର୍ତ୍ତନ ପ୍ରସ୍ତାବ ସାମ୍ନାକୁ ଆସିଛି । ଏହା ବାଦଲଙ୍କ ନେତୃତ୍ୱାଧିନ ଅକାଳୀ ଦଳର ସେହି ପୁରୁଣା ନେତାମାନଙ୍କୁ ଫେରାଇ ଆଣିବାକୁ ନିଆଯାଇଥିବା ନୂତନ ପ୍ରୟାସକୁ ସୂଚିତ କରୁଛି । ଯେଉଁମାନେ ଦଳୀୟ ନେତୃତ୍ୱଙ୍କ ସହ ମତଭେଦ କାରଣରୁ ଦଳଠାରୁ ଦୂରେଇ ଯାଇଥିଲେ ।

ବିବି ଜାଗିର କୌର ଗଣମାଧ୍ୟମକୁ କହିଛନ୍ତି, ସୁଖବୀର ସିଂହ ବାଦଲ ନଭେମ୍ବର ୧୩ରେ ବେଗୋୱାଲ ଗସ୍ତ କରିବେ । ଏବଂ ଦଳୀୟ କର୍ମୀମାନଙ୍କ ସହ ଏକ ବୈଠକ କରିବେ । ଏହି ଗସ୍ତ ସମୟରେ ସେ ଆନୁଷ୍ଠାନିକ ଭାବେ ଦଳକୁ ଫେରିବେ ବୋଲି ସେ ସଙ୍କେତ ଦେଇଛନ୍ତି । ଏମିତିକି ସେ କେବେବି ସୁଖବୀର ସିଂ ବାଦଲଙ୍କ ବିରୋଧରେ ନଥିଲେ ବୋଲି ମଧ୍ୟ କହିଛନ୍ତି । ଶିରୋମଣି ଅକାଳୀ ଦଳକୁ ନିଜର ମୂଳ ଦଳ ବୋଲି ବର୍ଣ୍ଣନା କରିଛନ୍ତି ସେ । ଅକାଳୀ ଦଳ ଆମର ମୂଳ ଦଳ, ଏବଂ ଏବେ ଏହାକୁ ସୁଦୃଢ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି । ଯେତେେବେଳେ ଅକାଳୀ ଦଳ ନିଜ ସାଂଗଠନିକ ଢାଂଚାକୁ ପୁନର୍ଗଠନ କରିବା ଓ ନିଜର ପାରମ୍ପରିକ ସମର୍ଥନ ଆଧାରକୁ ସୁଦୃଢ କରିବାକୁ ଉଦ୍ୟମ କରୁଛି ସେହି ସମୟରେ ବିବିଙ୍କ ଏ ମନ୍ତବ୍ୟ ସାମ୍ନାକୁ ଆସିଛି । ୨୦୨୨ ନିର୍ବାଚନରେ ପରାଜୟ ପରେ ସୃଷ୍ଟି ହୋଇଥିବା ରାଜନୈତିକ ଆହ୍ୱାନ ମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କୁ ଫେରାଇ ଆଣିବାର ପ୍ରୟାସ ବିଶେଷ ଗୁରୁତ୍ୱ ବହନ କରେ । ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗକୁ ନେଇ ମତଭେଦ କାରଣରୁ ଅନେକ ବରିଷ୍ଠ ନେତା ବାଦଲ ନେତୃତ୍ୱରୁ ଦୂରେଇ ଯାଇଥିଲେ । ପ୍ରେମ ସିଂହ ଓ ବିବି କୌରଙ୍କ ପରି ନେତା ପୁଣି ଦଳକୁ ଫେରିବା ଦଳ ପକ୍ଷରୁ ଏକ ନୂତନ ପଦକ୍ଷେପକୁ ସୂଚିତ କରୁଛି । ପୂରୁଣା ନେତାକୁ ପୁଣି ଦଳକୁ ଫେରାଇ ଆଣିବା ହେଉଛି ସୁଖବିର ସିଂ ବାଦଲଙ୍କ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାର ପ୍ରକ୍ରିୟା । ୨୦୨୭ ନିର୍ବାଚନ ପୂର୍ବରୁ ଏକଜୁଟ ସାଂଗଠନିକ ଶକ୍ତି ଭାବେ ଉଭା ହେବାକୁ ବ୍ୟାପକ ପ୍ରୟାସର ଏହା ହେଉଛି ଅଂଶ ।

ଅକାଳୀ ଦଳ ପଂଜାବର ରାଜନୈତିକ କ୍ଷେତ୍ରରେ ନିଜର ସ୍ଥିତିକୁ ପୁଣି ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛି । ଯେଉଁଠାରେ ଆପ୍ , କଂଗ୍ରେସ ଓ ବିଜେପି ମଧ୍ୟ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏବେ ପଂଜାବର ସତ୍ତା ଆପ୍ ହାତରେ । ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ଅଛନ୍ତି ଭଗବନ୍ତ ମାନ୍ ।

 

Leave A Reply

Your email address will not be published.