Latest Odisha News

BREAKING NEWS

କୂଅ ଭିତରେ ୧୦ ଘଣ୍ଟା ରହିବା ପରେ ଭାଲୁକୁ ଉଦ୍ଧାର କଲା ବନବିଭାଗ

ଛେଣ୍ଡିପଦା : କୂଅ ଭିତରେ ୧୦ ଘଣ୍ଟା ରହିଲା ଭାଲୁ। ତାପରେ ଉଦ୍ଧାର କଲା ବନବିଭାଗ। ଛେଣ୍ଡିପଦା ବନାଞ୍ଚଳ କୋରଡା ଗାଁରେ କୂଅରେ ପଡିଥିଲା ଭାଲୁ। ଲୋକେ ବନବିଭାଗକୁ ସୂଚିତ କରିଥିଲେ । ଖାଦ୍ୟ ଅନ୍ୱେଷଣରେ ବାହାରି ଜଙ୍ଗଲ ଭିତରୁ ବାହାରି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଗାଁର ଶ୍ରୀରାମ ସାହୁ ନାମକ ବ୍ୟକ୍ତିଙ୍କ ବାଡିରେ ଥିବା ଏକ ଖୋଲା କୂଅରେ ପଡିଯାଇଥିଲା ଭାଲୁ। ରାତି ସମୟରେ  ଭାଲୁଟି କୂଅ ଭିତରେ ପଡି ଯାଇଥିଲା। ସକାଳ ସମୟରେ ଭାଲୁର ରଡି ଶୁଣି ଶିରାମ କୂଅ ପାଖକୁ ଆସି ଭାଲୁଟି କୂଅରେ ପଡିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଶୀରାମ ବନବିଭାଗକୁ ଜଣାଇଥିଲେ ।

ପ୍ରାୟ ୧୦ ଘଣ୍ଟା ହେବ ଭାଲୁଟି କୂଅ ଭିତରେ ପଡିରହିଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ଭାଲୁକୁ ଉଦ୍ଧାର କରିବାରେ ବନବିଭାଗ କର୍ମଚାରୀ ନାକେଦମ୍ ହୋଇଥିଲେ। ବହୁ କଷ୍ଟରେ ବନବିଭାଗ କର୍ମଚାରୀ ମାନେ ବନବିଭାଗ ଭାଲୁ ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। କୂଅରୁ ବାହାରିବା ପରେ ଭାଲୁଟି ନିକଟ ଜଙ୍ଗଲକୁ ପଳାଇଯାଇଛି । ଭାଲୁ ମାନେ ଏଅଞ୍ଚଳରେ ବାରମ୍ବାର ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Comments are closed.