Latest Odisha News

BREAKING NEWS

ଭୁବନେଶ୍ୱରରେ ହକି ଟିମ୍ , ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ରାଜଧାନୀରେ ହକି ଫଭର । ହକି ବିଶ୍ୱକପ-୨୦୨୩ ପାଇଁ ଚମକୁଛି ରାଜଧାନୀ ।  ପ୍ରସ୍ତୁତି ବି ଜୋରଦାର ଚାଲିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜାତୀୟ ପୁରୁଷ ହକି ଟିମ ।  ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ  ସେମାନଙ୍କୁ ସ୍ବାଗତ କରାଯାଇଥିଲା।  ବିମାନବନ୍ଦରରୁ ଖେଳାଳିମାନେ   ସିଧାସଳଖ ହୋଟେଲକୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ   ରାଉରକେଲା ଅଭିମୁଖେ ବାହାରିବେ। ଭୂବନେଶ୍ୱରରୁ ବାହାରି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବସଯୋଗେ ରାଉରକାଲା ଯିବେ ।  ରାଉରକେଲାରେ ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ ଭାରତୀୟ ହକି ଖେଳାଳି ।

ଜାନୁଆରି ୧୩ରୁ ଆରମ୍ଭ ହେବ ବିଶ୍ବକପ୍‌-୨୦୨୩ । ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍‌ରେ ୨ ଜଣ ଓଡ଼ିଆ ଖେଳାଳି ବି ସାମିଲ ହୋଇଛନ୍ତି । ସେମାନେ ବି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦୁଇ ଖେଳାଳି   ହେଲେ ଅମିତ ରୋହିଦାସ ଓ ନିଲମ ଖେସ୍‌  । ସମସ୍ତ ମ୍ୟାଚ  ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ   ଆସନ୍ତା ୧୩ ତାରିଖରେ  ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳିବ ଭାରତ । ସ୍ପେନ୍ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ।  ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏବଂ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ   ଖେଳିବ।

Leave A Reply

Your email address will not be published.