Latest Odisha News

BREAKING NEWS

ପାଳଙ୍ଗ ଚିକେନ୍‌

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ପାଳଙ୍ଗ ଚିକେନ୍‌’

ଆବଶ୍ୟକୀୟ ଉପକରଣ: – ଚିକେନ୍ – ୫୦୦ ଗ୍ରା.ମ, ପାଲଙ୍ଗ ଶାଗ – ଦି’ ବିଡ଼ା, ସୋରିଷ ତେଲ, ପିଆଜ ୪ଟା, ଟମାଟୋ, ଅଦା ରସୁଣ ବଟା, ଦହି ୧
ଚାମଚ, ଲୁଣ, ହଳଦୀ, ଶୁଖିଲା ଲଙ୍କା, ତେଜ ପତ୍ର, ଗରମ ମସଲା ।

ପ୍ରସ୍ତୁତି ପ୍ରଣାଳୀ: -ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଲୁଣ ହଳଦୀ, ଦହିି ପକାଇ ଗୋଳେଇ ରଖିବା । ଅଦା, ରସୁଣ ଟମାଟୋ ଓ ଶୁଖିଲା ଲଙ୍କାକୁୁ ବାଟି
ରଖିଦେବା । ପାଲଙ୍ଗ ଶାଗକୁ ଭଲ ଭାବେ ବାଛି ଧୋଇ ରଖିବା । ଗ୍ୟାସରେ କରେଇ ବସେଇବା । ସୋରିଷ ତେଲ ପକାଇବା । ତେଜପତ୍ର ଓ ପିଆଜ ପକାଇବା ।
ପିଆଜ ଭାଜିହୋଇଗଲେ ଅଦା ରସୁଣ ଟମାଟୋକୁ ବାଟି ପକେଇବା । ତା’ପରେ ଚିକେନ୍ ପକାଇବା । ଭଲ ଭାବେ କଷି ହୋଇଗଲେ ପାଲଙ୍ଗ ଶାଗକୁ କାଟି ଟିକେ ଗ୍ରାଇଣ୍ଡ କରିଦେବା । ବଟା ଶାଗକୁ ଚିକେନ୍‌ରେ ପକାଇ ଭଲ ଭାବେ କଷିବା । ଭଲ ଭାବେ କଷି ହୋଇଗଲେ ଅଳ୍ପପାଣି ଦେଇ ଘୋଡ଼େଇଦେବା ।  କିଛି ସମୟ ପରେ ଚିକେନ୍ ସିଝି ଗଲେ ଗରମ ମସଲା ପକାଇ କାଢ଼ିଦେବା । ଗରମ ଗରମ ଭାତ ସହିତ ପରଷିବା ।

Leave A Reply

Your email address will not be published.