Latest Odisha News

ଫଟାଫଟ୍ ବନାନ୍ତୁ ଟେଷ୍ଟି ‘ସାଗୁ ଖିରି’

ଭୁବନେଶ୍ବର: ପୂଜାବ୍ରତ ମାନଙ୍କରେ ଆମେ ସାଗୁ ଖାଇଥାଉ। ଏବେ ଆଗକୁ ମହାଶିବରାତ୍ରୀ ଆସୁଛି । ଏହି ଦିନ ଆପଣ ସାଗୁ ଖିରି କରି ନିଜେ ଖାଇ ପାରିବେ ଓ ପରିବାର ଲୋକଙ୍କୁ ମଧ୍ୟ ଖୁଆଇ ପରିବେ । ଯଦି କେବେ ମନ ହୁଏ ଓ ସମୟ କମ୍ ଥାଏ ଏହି ଖିରି ଆପଣ କରିପାରିବେ ।  ତେବେ ଆସନ୍ତୁ ସହଜରେ ଓ ଚଞ୍ଚଳରେ ବନେଇ ଶିଖିବା ‘ସାଗୁ ଖିରି’..

ସାମଗ୍ରୀ: ସାଗୁ- ଏକକପ୍, କ୍ଷୀର-ଏକ ଲିଟର, କାଜୁ ଓ କିସମିସ୍- ଆପଣଙ୍କ ମନ ହିସାବରେ ନିଅନ୍ତୁ, ଚିନି-୩/୪କପ୍ , ଗୁଜୁରାତି ଗୁଣ୍ଡ, ଘିଅ- ଏକ ଟେବୁଲ ଚାମଚ

ପ୍ରଣାଳୀ- କଢେଇରେ ଘିଅ ଗରମ କରି ସାଗୁ ଭାଜି ଦିଅନ୍ତୁ । ଦୁଇ ମିନିଟ୍ ପରେ ସେଥିରେ କ୍ଷୀର ଢାଳିବେ ।ସେତେବେଳେ କମ୍ ଆଞ୍ଚ ରଖନ୍ତୁ । ସାଗୁ ସିଝିଗଲେ ସେଥିରେ ଚିନି, କାଜୁ, କିସମିସ୍ ପକେଇ ଦେବେ । ଏହାପରେ ନିଆଁରୁ ଓହ୍ଲାଇ ଗୁଜୁରାତି ଗୁଣ୍ଡ ପକେଇ ଦିଅନ୍ତୁ ।

Comments are closed.