Latest Odisha News

BREAKING NEWS

ଅପରାଧିକ ରିପୋର୍ଟ ୨୦୨୨ ପ୍ରକାଶ କଲା ଓଡ଼ିଶା ଭିଜିଲାନ୍ସ: ନଗଦ ଟଙ୍କା ଜବତରେ ରେକର୍ଡ

ଭୁବନେଶ୍ୱର : ଓଡିଶା ଭିଜିଲାନ୍ସ ପକ୍ଷରୁ ଆଜି ୨୦୨୨ ମସିହାର ଅପରାଧିକ ମାମଲାର ସମୀକ୍ଷା ସହିତ ରିପୋର୍ଟ  ସାର୍ବଜନୀନ କରାଯାଇଛି । ଏହା ଅନୁସାରେ ଭିଜିଲାନ୍ସ ବିଭାଗରେ ଚଳିତ ବର୍ଷ ମୋଟ ୨୮୫ ଅପରାଧିକ ମାମଲା ରୁଜୁ ହୋଇଛି । ୨୦୦ ସରକାରୀ ଅଧିକାରୀ ଓ ଅନ୍ୟମାନେ ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି । ଏହି ମାମଲା ଗୁଡିକରୁ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି ।

ସେହିପରି ୧୧୮ଟି ଟ୍ରାପ ମାମଲା ରୁଜୁ ହୋଇଛି ।  ଲାଞ୍ଚ ନେବା ବେଳେ ୧୨୯ ଜଣ ଅଭିଯୁକ୍ତଙ୍କୁ ଧରିଛି ଭିଜିଲାନ୍ସ ।  ୧୨୬ ସରକାରୀ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ସେମାନଙ୍କ ଠାରୁ ୩୬ ଲକ୍ଷ ୯୪ ହଜାର ଲାଞ୍ଚ ଟଙ୍କା ଜବତ ହୋଇଛି । ଚଳିତବର୍ଷ ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ୪ ଥର ନଗଦ ଟଙ୍କା ଜବତ ହୋଇଛି । ୨୦୨୨ରେ ଜଣେ ବ୍ୟକ୍ତିଙ୍କ ଠାରୁ ସର୍ବାଧିକ ୧୦ ଲକ୍ଷ ଲାଞ୍ଚ ଟଙ୍କା ଜବତ ହୋଇଛି । ଯାହା ଓଡିଶା ଭିଜିଲାନ୍ସରେ ପ୍ରଥମ ଘଟଣା ବୋଲି କୁହାଯାଇଛି ।

୨୦୨୨ରେ ୬୦ ଜଣ କ୍ଲାସ-ୱାନ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଗତ ୫ବର୍ଷରେ ଏହା ସର୍ବୋଚ୍ଚ ।

ଯେଉଁ ଯେଉଁ ମାମଲାରେ ତଦନ୍ତ ହୋଇଛି ତାହାର ରିପୋର୍ଟ ଜାରି କରିଛି ଭିଜିଲାନ୍ସ  । ୬୦୦ରୁ ବେଶୀ ସ୍ଥାନରେ ଲାଞ୍ଚ ମାମଲାରେ ଚଢଉ ହୋଇଛି । ଭ୍ରଷ୍ଟ ଅଧିକାରୀଙ୍କ ମୋଟ ୮୯୮ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ପ୍ରାୟ ୨୪ କୋଟି ଟଙ୍କା ମୂଲ୍ୟର ୧୧୧ଟି କୋଠାକୁ ବେଆଇନ ସମ୍ପତ୍ତି ଭାବେ ଠାବ କରାଯାଇଛି । ୮୨ଟି ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ୬୨ଜଣ ଦମ୍ପତ୍ତି ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ମୋଟ ରୁଜୁ ମାମଲାର ୧୨୨ ପ୍ରତିଶତ ହାରରେ ଅର୍ଥାତ୍ ୩୪୭ ମାମଲାରେ ତଦନ୍ତ ଶେଷ ହୋଇଛି । ୨୦୨୧ରେ ଠାବ ସମସ୍ତ ଲାଞ୍ଚ ମାମଲା ଓ ୨୦୨୨ରେ ୬୦% ଲାଞ୍ଚ ମାମଲାରେ ତଦନ୍ତ ସରିଛି ।

୨୦୨୨ରେ ୯୧ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଆଇଏଏସ୍ ବିନୋଦ କୁମାର, ମେଟ୍ରୋ ବିଲଡର୍ ଏମଡି ମହମ୍ମଦ ମୋକିମ୍ ଅଛନ୍ତି ।

ଏବର୍ଷ ମୋଟ ୪୦,୭୮୬ ସରକାରୀ ଅଧିକାରୀଙ୍କୁ କ୍ଲିନଚିଟ୍ ଦେଇଛି ଭିଜିଲାନ୍ସ । ୩୮୮ ଆଇଏଏସ୍ ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଅପରାଧ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଛି ।

 

Leave A Reply

Your email address will not be published.