ତେହରାନ: କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶୀ । ଦେଶରେ ଦେଖାଦେଇଥିବା ସାଂପ୍ରଦାୟିକ ଦଙ୍ଗା ଏବଂ ଧାର୍ମିକ ବିବାଦକୁ ସେ ତାଙ୍କ କଲମ ମୁନରେ ରୂପ ଦେଉଥିଲେ । ତାଙ୍କ ବିରୋଧରେ ଲାଗିଲା ଗୁଇନ୍ଦା ଗିରି କରୁଥିବା ଅଭିଯୋଗ । ଶେଷରେ ସରକାର ଶୁଣାଇଲେ ଫାଶୀ ସଜ୍ଜା । ଏମିତି ଖବର ଆସିଛି ଇରାନରୁ । ଇରାନ ଇଣ୍ଟରନାଶନାଲ ନିଉଜ ଚାନେଲ ତଥ୍ୟ ଅନୁଯାୟୀ, ମେହଦି ବହମାନ ନାମକ ଏହି ଲେଖକ ତଥା ଚିତ୍ରକରଙ୍କୁ ପ୍ରଥମେ ଗତବର୍ଷ ଅକ୍ଟୋବର ୧୨ରେ ଗିରଫ କରାଯାଇଥିଲା । ଏକ ଇଜିରାଏଲ ଟିଭି ଚାନେଲରେ ଏକ ଇଣ୍ଟରଭ୍ୟୁ ବେଳେ ସରକାର ବିରୋଧୀ ବୟାନ ଦେବାରୁ ତାଙ୍କୁ ଗିରଫ କରାଯାଇଥିଲା ।
ଇରାନ ଇଣ୍ଟରନାଶନାଲ ନିଉଜ ଚାନେଲର କହିବା ଅନୁଯାୟୀ, ଏହି ଇଣ୍ଟରଭ୍ୟୁ ୨୦୨୨ ଏପ୍ରିଲରେ ଇଜିରାଏଲର ‘ଚାନେଲ ୧୩’ରେ ପ୍ରସାରିତ ହୋଇଥିଲା । ଇଣ୍ଟରଭ୍ୟୁ ସମୟରେ ବହମନ ଇରାନ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଇସଲାମ ଧର୍ମକୁ ଜୋର ଜବରଦସ୍ତ ଲଦି ଦିଆଯିବା ଘଟଣା ଉପରେ ବର୍ଷିଥିଲେ । ଏଥିସହିତ ଇଜରାଏଲ ଏବଂ ଇରାନ ସମ୍ପର୍କକୁ ସୁଧାରିବା ପାଇଁ ଆହ୍ୱାନ ଦେଇଥିଲେ ।
A Revolutionary Court in Iran has sentenced dissident illustrator and author Mehdi Bahman to death, reportedly on charge of “espionage”. Known for his efforts to promote religious coexistence, Bahman was arrested on October 12 after giving an interview to an Israeli TV channel. pic.twitter.com/hUk1Q4MHUl
— Iran International English (@IranIntl_En) December 29, 2022
ବହମନ ସିହା ସଂପ୍ରଦାୟର ମାସୋମି ତେହରାନିଙ୍କ ସହ କାମ କରୁଥିଲେ । ତାଙ୍କ ସହ ମିଶି ସେ ବିଭିନ୍ନ ଧାର୍ମିକ ସଂପ୍ରଦାୟର ପ୍ରତୀକ ଆର୍ଟୱାର୍କ କରୁଥିଲେ । ପରେ ଏହାକୁ ସଂଖ୍ୟାଲଘୁ ସଂପ୍ରଦାୟ ଯେମିତି ଜେସସ, ଖ୍ରୀଷ୍ଟିୟାନ, ଜୋରାଷ୍ଟ୍ରିଆନ, ସୁନି ଇସଲାମ ନେତାଙ୍କ ପାଖକୁ ପଠାଉଥିଲେ । ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଇରାନ ଇଣ୍ଟରନାଶନାଲ କହିଛି ।
ହିଜାବକୁ ବିରୋଧ କରୁଥିବା ୨୨ ବର୍ଷୀୟ ମହସା ଅମିନିଙ୍କୁ ସେପ୍ଟେମ୍ବର ୨୦୨୨ରେ ହାଜତରେ ହତ୍ୟା କରିବା ପରେ ଇରାନରେ ଦେଶ ବ୍ୟାପି ଆନ୍ଦୋଳନ ଲାଗି ରହିଛି । ୧୦୦ ଜଣ ଇରାନିଆାନ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଏହି ସଜା ମିଳିସାରିଲାଣି ।
Comments are closed.