Latest Odisha News

BREAKING NEWS

‘ତାରକ ମେହେତା କା ଉଲଟା ଚଷମା’: ୧୪ ବର୍ଷ ପରେ ଶୋ’ ଛାଡିଲେ ଡାଇରେକ୍ଟର

ନୂଆଦିଲ୍ଲୀ: ତାରକ ମେହେତା କା ଉଲଟା ଚଷମା ଟିଭି ଶୋ’ ଛାଡ଼ିଲେ ଡାଇରେକ୍ଟର ମାଲବ ରାଜଦା । ୧୪ ବର୍ଷ ଧରି ସେ ଏହି ଶୋ’ ନିର୍ଦ୍ଦେଶନା ଦେଇଥିଲେ । ଏବେ ଟିଆରପି ଉପରେ ପଡିବ କି ପ୍ରଭାବ? ଦର୍ଶକ ବି ଆଚମ୍ୱିତ । ଠିକ୍ ସେଇ ମଜା  ମିଳିବ ତ? ଶୋ ବେଳେ ହସି ହସି ଯେପରି ଗଡିଯାଉଥିଲେ, ସେମିତି ହସିବାକୁ ମିଳିବ ତ । ଦର୍ଶକଙ୍କ ମନରେ ନାନା ପ୍ରଶ୍ନ ।

ଡିସେମ୍ୱର ୧୫ ତାରିଖରେ ମାଲବ ରାଜଦା ଶେଷ ସୁଟିଂ କରିଥିଲେ । ପ୍ରଡକ୍ସନ ହାଉସ ସହିତ ତାଙ୍କର ଖିଟ୍ ପିଟ୍ ଚାଲିଥିଲା । ସେଥିପାଇଁ ସେ ଶୋ ଛାଡି ଦେଇପାରିଥାନ୍ତି ବୋଲି ଦର୍ଶକ ସନ୍ଦେହ କରୁଥିଲେ ।

ହେଲେ ମାଲବ କୌଣସି ଅସନ୍ତୋଷ କଥାକୁ ଖଣ୍ଡନ କରିଛନ୍ତି । ଶୋ ପ୍ରଡ୍ୟୁସର ଅସିତ୍ ଭାଇଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଥିଲେ । ୧୪ ବର୍ଷ ଧରି ସେ କମ୍ଫଟ୍ ଜୋନ୍ ରେ ଥିଲେ । ନିଜର କ୍ରିଏଟିଭିଟିକୁ ବଢାଇବା ପାଇଁ ସେ ନୂଆ ଚ୍ୟାଲେଞ୍ଜ ନେବେ ବୋଲି କହିଛନ୍ତି ମାଲବ । ସେ କହିଛନ୍ତିଯେ, ତାରକା ମେହତା ଶୋ ତାଙ୍କୁ ନେମ୍, ଫେମ୍ ସହିତ ଲାଇଫ୍ ପାର୍ଟନର୍ ବି ଦେଇଛି ।

ମାଲବ ରାଜଦାଙ୍କ ପୂର୍ବରୁ ରାଜ୍ ଅମାଦକଟ୍, ଶୈଳେଶ ଲୋଧା, ଦିଶା ବକାନୀ ବି ଶୋ ଛାଡିସାରିଛନ୍ତି । ତେବେ ଡାଇରେକ୍ଟର ଛାଡିବା ପରେ ଉଲଟା ଚଷମା ଶୋ’ରେ କେତେ ଫରକ୍ ଆସିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.