Latest Odisha News

ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘର ମୃତ୍ୟୁ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ରାଇଗୁଡାଠାରେ ଫାଶରୁ ମୁକୁଳାଇ ରଖାଯାଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଯାହାକି ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାତକୋଶିଆ ଅଭୟାରଣ୍ୟରୁ ମହାବଳ ବାଘ ଲୋପ ପାଇବା ପରେ ଏବେ ଶିକାରୀଙ୍କ ନଜର କଲରାପତରିଆ ବାଘ ଉପରେ ନଜର ରହିଛି। ଆଉ ଗୋଟିଏ ପରେ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇ ଚାଲିଛି। ସୂଚନା ଅନୁସାରେ ବଳଙ୍ଗ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଏକ କଲରାପତରିଆ ବାଘ ଫାଶରେ ପଡିଥିବା ଖବର ମିଳିବା ପରେ ଏହାକୁ ଉଦ୍ଧାର କରିଥିଲା ବନବିଭାଗ ।

ଉଦ୍ଧାର ପରେ ଫାଶ ଲାଗି ବାଘ ଦେହରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ପ୍ରାଥମିକ ଚିକିତ୍ସା କରି ବନ ବିଭାଗ ବାଘକୁ ନେଇ ରାଇଗୁଡା ଅଞ୍ଚଳରେ ରଖି ଏହା ଉପରେ ନଜର ରଖିଥିଲା । ତେବେ ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ଏହି ବାଘର ମୃତ୍ୟୁ ହୋଇଥିଲା । ଏହି ବାଘର ମୃତ୍ୟୁ ପରେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ବନ୍ୟପ୍ରାଣୀ ଚିକିତ୍ସା ପାଇଁ ଏଠାରେ ଥିବା ଡାକ୍ତର ବାଘର ଚିକତ୍ସା ସଠିକ ଭାବରେ କରିଥିଲେ ହୁଏତ ବାଘ ବଞ୍ଚି ଯାଇପାରିଥାନ୍ତା ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

 

Comments are closed.