ବ୍ରହ୍ମପୁର: ରେଲୱେରେ ଚାକିରି କରାଇଦେବା ନାଁରେ ଜଣେ ଆଶାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବତୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଝିଲା ଝିମାଣି ଗ୍ରାମର ଜେଏମଏସ. ପ୍ରଭା। ସେ ବର୍ତ୍ତମାନ ବ୍ରହ୍ମପୁର ଶରଧାବାଲି ଦ୍ୱିତୀୟ ଲାଇନରେ ଭଡ଼ା ଘରେ ରହୁଥିଲେ। ତାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁରେଶ ତ୍ରିପାଠୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ, ସୋରଡ଼ା ଥାନା ଅଧିନ ଗୋବିନ୍ଦପୁର ଗ୍ରାମର ଏସ.ହିତେଶ ପାତ୍ର ଏବଂ ସୋରଡ଼ା ଅଞ୍ଚଳର କାର୍ତ୍ତିକ ସାହୁ ଦୁଇ ବନ୍ଧୁ। ଗତକିଛି ବର୍ଷ ପୂର୍ବେ କାର୍ତ୍ତିକଙ୍କ ରେଲୱେରେ ଚାକିରି ହୋଇଯାଇଥିଲା। କେମିତି ଚାକିରି ପାଇଲ ବୋଲି ହିତେଶ ପ୍ରଶ୍ନ କରିବାରୁ ସେ ଅଭିଯୁକ୍ତ ପ୍ରଭାଙ୍କ ନାମ କହିଥିଲେ। ଚାକିରି ପାଇବାକୁ ହେଲେ ୧୧ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ। ତେବେ ଏକା ଥରରେ ନୁହଁ, ବରଂ କିସ୍ତିରେ ଟଙ୍କା ଦେବାକୁ ପଡ଼ିବ ବୋଲି ହିତେଶଙ୍କୁ ବୁଝାଇଥିଲେ। ଏଥିରେ ହିତେଶ ବିଶ୍ବାସ କରିଥିଲେ। କାର୍ତ୍ତିକ ଏବଂ ହିତେଶ ବ୍ରହ୍ମପୁର ଆସି ପ୍ରଭାଙ୍କୁ ସାକ୍ଷାତ କରିଥିଲେ। ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବି ବୋଲି ପ୍ରଭା ପ୍ରଲୋଭନ ଦେଖାଇଥିଲେ। ହିତେଶ ଗୁଡସ୍ ଗାର୍ଡ ଚାକିରୀ କରିବି ବୋଲି କହିଥିଲେ। ତେବେ ଶାରୀରିକ ପରୀକ୍ଷା ପାଇଁ ବିହାରକୁ ଡ଼କାଯିବ ତେଣୁ ପ୍ରଥମେ ସାଢ଼େ ଦୁଇ ଲକ୍ଷ ଦେବାକୁ ପ୍ରଭା କହିଥିଲେ। ହିତେଶ ୨୦୨୨ ଜୁନରେ ପ୍ରଭାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଢ଼େ ଦୁଇ ଲକ୍ଷ ଟଙ୍କା ପଠାଇଥିଲେ। ଟଙ୍କା ଜମା ହେବାର ୧୦ ରୁ ୧୨ ଦିନ ପରେ ମେଡ଼ିକାଲ ପରୀକ୍ଷା ପାଇଁ ଦାନପୁର ରେଳବାଇ ହସ୍ପିଟାଲକୁ ଡାକି ମେଡ଼ିକାଲ ପରୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ପୁଣି ରେଳବାଇ ଟ୍ରେନିଂ ପାଇଁ ସାଢ଼େ ଦୁଇ ଲକ୍ଷ ଟଙ୍କା ଦେବାକୁ ପ୍ରଭା ହିତେଶକୁ କହିଥିଲେ। ୨୦୨୨ ଜୁଲାଇ ୯ ତାରିଖରେ ନଗଦ ଟଙ୍କା ଦେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ହିତେଶଙ୍କ ପାଖକୁ ପୋଷ୍ଟ ମାଧ୍ୟମରେ ଚାକିରୀ ପାଇଁ ଅଫିର ଲେଟର ଆସିଥିଲା। ଅଫର ଲେଟର ପାଇବା ପରେ ହିତେଶ ପାଟଣାରେ ଦୁଇ ମାସ ରହିଥିଲେ। ଦୀର୍ଘ ୪୦ ଦିନ ପରେ ତାଲିମ୍ ଆରମ୍ଭ ହେବ ହିତେଶଙ୍କୁ ପ୍ରଭା କହିଥିଲେ। ସେଠାରେ ତାଙ୍କୁ ୭ଦିନ ପର୍ଯ୍ୟନ୍ତ ମିଛରେ ତାଲିମ୍ ଦିଆଯାଇଥିଲା। ବ୍ରହ୍ମପୁରରେ ପରୀକ୍ଷା ହେବ କହି ଘରକୁ ଯିବାକୁ କହିଥିଲେ। ୨୦୨୨ ନଭେମ୍ବର ୬ତାରିଖରେ ବ୍ରହ୍ମପୁରର ଏକ ସାଇବର କାଫେରେ ହିତେଶ ଦୁଇ ଘଣ୍ଟା ଧରି ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ପୂର୍ବରୁ ପୁଣି ସାଢ଼େ ଦୁଇ ଲକ୍ଷ ଟଙ୍କା ମାଗିଥିଲେ କିନ୍ତୁ ହିତେଶ ୨୦୨୨ ଅଗଷ୍ଟ ୨୨ ତାରିଖରେ ୫୦ ହଜାର ଟଙ୍କା ଫୋନ-ପେ ମାଧ୍ୟମରେ ପଠାଇଥିଲେ। ଏହାପରେ ଅଗଷ୍ଟ ୨୫ରେ ପ୍ରଭାଙ୍କ ଫୋନ-ପେ ନମ୍ବରକୁ ୧ ଲକ୍ଷ ଟଙ୍କା ଓ ଅଗଷ୍ଟ ୨୭ରେ ଆଉ ୧ଲକ୍ଷ ଟଙ୍କା ପଠାଇଥିଲେ ହିତେଶ। ଏହିପରି ଭାବରେ ହିତେଶ ସମୁଦାୟ ସାଢ଼େ ୭ ଲକ୍ଷ ଟଙ୍କା ଅଭିଯୁକ୍ତ ପ୍ରଭାକୁ ଦେଇଥିଲେ। ସେହିପରି ପ୍ରଭା ମଧ୍ୟ ହିତେଶଙ୍କୁ ବିଭିନ୍ନ ସମୟରେ ରେଲୱେ ବିଭାଗର ନକଲି ପରିଚୟପତ୍ର, ନିଯୁକ୍ତି ପତ୍ର ଦେଇଥିଲେ। ତେବେ ରେଲୱେରେ ଏକ ଷ୍ଟେସନରେ ପୋଷ୍ଟିଂ ହେବ ବୋଲି କହି ଶେଷରେ ଆଉ ବଳକା ୩ଲକ୍ଷ ୫୦ହଜାର ଟଙ୍କା ମାଗିଥିଲେ। ହେଲେ ଏହା ଭିତରେ ସେ ଠକେଇା ଶିକାର ହୋଇଥିବା ହିତେଶ ଜାଣି ସାରିଥିଲେ। କାରଣ ତାଙ୍କର ପୋଷ୍ଟିଂ ହେଉନଥିଲା। ହିତେଶ ବ୍ରହ୍ମପୁର ଟାଉନ ଥାନାରେ ଅଭିେଯାଗ କରିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ କେସ ନଂ ୬/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର କୌଶଳରେ ଟଙ୍କା ନେବାକୁ ପ୍ରଭାଙ୍କୁ ଡକାଯାଇ ଗିରଫ କରାଯାଇଛି। ଏଥି ସହ ଏକ ସ୍କୁଟି, କିଛି ନକଲି ରେଲୱେ କାଗଜ ପତ୍ର ଜବତ କରିଛି ପୋଲିସ। ଏହି ଠକେଇ ପଛରେ ପ୍ରଭା ଏକା ଅଛି ନା ତାକୁ ଏଥିରେ କିଏ ସହଯୋଗ କରୁଛି ତାହା ତଦନ୍ତ କରୁଛି ପୋଲିସ। ଯଦି କୌଣସି ଯୁବକ ଯୁବତୀ ପ୍ରଭାଙ୍କ ଦ୍ବାରା ଠକେଇର ଶିକାର ହୋଇଛନ୍ତି ତେବେ ଥାନାକୁ ଯାଇ ଅଭିଯୋଗ କରନ୍ତୁ ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ପରାମର୍ଶ ଦେଇଛନ୍ତି।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.