ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପରିଚାଳନାରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ବୁଧବାର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ ଆୟୁକ୍ତ ଜେ.ସୋନାଲ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ପଣ୍ଡା, ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ଲମ୍ବୋଧର ଦିଗାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ଘର ପରି ଡାକ୍ତରଖାନାରେ ମଧ୍ୟ ପ୍ରତିଦିନ ପ୍ରଚୁର ପରିମାଣରେ ବର୍ଜ୍ୟବସ୍ତୁ ବାହାରିଥାଏ। ରୋଗୀମାନଙ୍କ ଚିକିତ୍ସା ବେଳେ ବାହାରୁଥିବା ବର୍ଜ୍ୟରୁ ଶତକଡ଼ା ୧୫ ଭାଗ ହେଉଛି ଜୈବ ବର୍ଜ୍ୟ। ଏହା ଅତ୍ୟନ୍ତ ବିପଦଜନକ। ତେଣୁ ଏହାକୁ ନଜରରେ ରଖି ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଯାନ ଜରିଆରେ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଛି। ଭଙ୍ଗା ଛୁଞ୍ଚି, ବ୍ୟବହୃତ ବ୍ଲେଡ୍ ଇତ୍ୟାଦି ବସ୍ତୁ ଏକତ୍ର ମିଶିଥିବା ଯୋଗୁ ବର୍ଜ୍ୟବସ୍ତୁ ସଂସ୍ପର୍ଶରେ ଆସୁଥିବା କର୍ମଚାରୀ ଆକ୍ରାନ୍ତ ହୋଇପାରନ୍ତି। ଅନୁରୂପ ଭାବେ ବର୍ଜ୍ୟବସ୍ତୁ ଡାକ୍ତରଖାନା ପରିସରରେ ଏଣେତେଣେ ପଡିବା ଯୋଗୁ ଦୁର୍ଗନ୍ଧ ହେବାସହ ମଶା, ମାଛି, ମୂଷା, କୀଟପତଙ୍ଗ ମାନଙ୍କର ବଂଶବୃଦ୍ଧି ହୋଇଥାଏ। ଯାହା ମାନବ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖି ବାୟୋମେଡିକାଲ୍ ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସ ୨୦୧୬ ପ୍ରକାରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନାଗୁଡିକ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଏନ୍.ଆପ୍ପାରାଓ ସମେତ ବହୁ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ।
BREAKING NEWS
- ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର
- କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ଧୋନୀଙ୍କ ଅବସର ନେଇ ମୁହଁ ଖୋଲିଲେ ସିଏସକେ ସିଇଓ
- ଆଇପିଏଲ: କ୍ୱାଲିଫାୟରରେ ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ
- ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା
- ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ
- ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର
- ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି
- ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ