ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପରିଚାଳନାରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ବୁଧବାର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ ଆୟୁକ୍ତ ଜେ.ସୋନାଲ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ପଣ୍ଡା, ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ଲମ୍ବୋଧର ଦିଗାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ଘର ପରି ଡାକ୍ତରଖାନାରେ ମଧ୍ୟ ପ୍ରତିଦିନ ପ୍ରଚୁର ପରିମାଣରେ ବର୍ଜ୍ୟବସ୍ତୁ ବାହାରିଥାଏ। ରୋଗୀମାନଙ୍କ ଚିକିତ୍ସା ବେଳେ ବାହାରୁଥିବା ବର୍ଜ୍ୟରୁ ଶତକଡ଼ା ୧୫ ଭାଗ ହେଉଛି ଜୈବ ବର୍ଜ୍ୟ। ଏହା ଅତ୍ୟନ୍ତ ବିପଦଜନକ। ତେଣୁ ଏହାକୁ ନଜରରେ ରଖି ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଯାନ ଜରିଆରେ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଛି। ଭଙ୍ଗା ଛୁଞ୍ଚି, ବ୍ୟବହୃତ ବ୍ଲେଡ୍ ଇତ୍ୟାଦି ବସ୍ତୁ ଏକତ୍ର ମିଶିଥିବା ଯୋଗୁ ବର୍ଜ୍ୟବସ୍ତୁ ସଂସ୍ପର୍ଶରେ ଆସୁଥିବା କର୍ମଚାରୀ ଆକ୍ରାନ୍ତ ହୋଇପାରନ୍ତି। ଅନୁରୂପ ଭାବେ ବର୍ଜ୍ୟବସ୍ତୁ ଡାକ୍ତରଖାନା ପରିସରରେ ଏଣେତେଣେ ପଡିବା ଯୋଗୁ ଦୁର୍ଗନ୍ଧ ହେବାସହ ମଶା, ମାଛି, ମୂଷା, କୀଟପତଙ୍ଗ ମାନଙ୍କର ବଂଶବୃଦ୍ଧି ହୋଇଥାଏ। ଯାହା ମାନବ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖି ବାୟୋମେଡିକାଲ୍ ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସ ୨୦୧୬ ପ୍ରକାରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନାଗୁଡିକ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଏନ୍.ଆପ୍ପାରାଓ ସମେତ ବହୁ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.