ଓଡ଼ିଶା ସମ୍ବାଦ ବ୍ୟୁରୋ : ରଙ୍ଗ ବେରଙ୍ଗର ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠୁ ବେଶି ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ଉର୍ଫି ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ । ହେଲେ ନିଜର ବୋଲ୍ଡ ଅନ୍ଦାଜ ଡ୍ରେସ ସହ ଅଜବ ଗଜବ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି ଉର୍ଫି।
ନିଜର ବୋଲ୍ଡ ଲୁକ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ଟ୍ରୋଲ ହେବା ସତେ ଯେମିତି ତାଙ୍କ ପାଇଁ ଗୋଟେ ପରମ୍ପରା ହୋଇସାରିଲାଣି । ଲାଇମ ଲାଇଟରେ ରହିବା ପାଇଁ ଉର୍ଫି ସବୁବେଳେ ଏମିତି ଅତରଙ୍ଗି ଡ୍ରେସିଂ ଷ୍ଟାଇଲକୁ ଆପଣେଇ ଥିବା ସମସ୍ତେ ଜାଣିଛନ୍ତି। ହେଲେ ପ୍ରଥମଥର ପାଇଁ ଉର୍ଫି ନିଜର ଏହି ଅଜବଗଜବ ପିନ୍ଧିବା ପଛର ଅସଲ କାରଣ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଉର୍ଫି ଏମିତି ଡ୍ରେସ୍ ପିନ୍ଧିବା ପଛର କ’ଣ ରହିଛି କାରଣ ।
ଉର୍ଫି ନିଜର ମଜବୁରୀ ଯୋଗୁଁ ଏମିତି ଡ୍ରେସିଂ ଷ୍ଟାଇଲକୁ ଆପଣେଇଥିବା ନିଜର ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଏନେଇ ଉର୍ଫି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଦେହରେ ହୋଇଥିବା କିଛି ରାସେସକୁ ସ୍ପଷ୍ଟ ଦେଖାଇଛନ୍ତି। ଉର୍ଫିଙ୍କ କହିବା ଅନୁଯାୟୀ ତାଙ୍କ ବଡିରେ ଏସବୁ ହେଉଛି ଆଲର୍ଜି । ଯାହାର ମୁଖ୍ୟ କାରଣ ହେଉଛି ପୋଷାକ।
ଉର୍ଫିଙ୍କ ଏହି ଆଲର୍ଜି କୌଣସି ଅତରଙ୍ଗି ପୋଷାକ ପାଇଁ ନୁହେଁ ବରଂ ପୁରା ପୋଷାକ ପିନ୍ଧିଲେ ହେଉଛି। ସେ ଯେବେ ବି ପୂରା ପୋଷାକ ପିନ୍ଧନ୍ତି ତାଙ୍କ ବଡିରେ ଏମିତି ସବୁ ରାଶେସ ହୋଇଥାଏ। ଏନେଇ ଫ୍ୟାନ୍ସଙ୍କୁ ଉର୍ଫି ଜଣାଇଲେ ମୋ କଣ୍ଡିସନ ବହୁତ ସିରିୟସ। ପୂରା କପଡା ଏବଂ କିଛି ଶୀତ ଦିନର ପୋଷାକ ପିନ୍ଧିଲେ ହିଁ ବଡିରେ ଏମିତି ଆଲର୍ଜି ସବୁ ହୁଏ। ସେଥିଲାଗି ସେ ଏମିତି ଛୋଟ ଡ୍ରେସ ପିନ୍ଧୁଛନ୍ତି।
୨୦୧୬ ରେ ଏଣ୍ଟରଟେନମେଂଟ ଦୁନିଆରେ ପାଦ ଥାପିଥିଲେ ଉର୍ଫି । ଆଉ ସେହି ଦିନଠାରୁ ଲଗାତାର ସେ ଚର୍ଚ୍ଚାରେ ରହି ଆସିଛନ୍ତି। ଉର୍ଫି ଓଟିଟି ପ୍ଟାଟଫର୍ମରେ ବିଗ୍ ବସର ପ୍ରଥମ ସିଜନରେ ସେ ଏଣ୍ଟ୍ରି ମାରିଥିଲେ ସେଠାରେ କିନ୍ତୁ ସେ ଅଧିକ ଦିନ ଯାଏଁ ତିଷ୍ଠି ପାରିନଥିଲେ। ହେଲେ ଏବେ ଇନଷ୍ଟାଗ୍ରାମ ତଥା ଅନ୍ୟ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଅନ୍ଦାଜ ଓ ଅତରଙ୍ଗି ଡ୍ରେସିଂ ସେନ୍ସ ପାଇଁ ଚର୍ଚ୍ଚାରେ ରହିଛନ୍ତି ଉର୍ଫି।
Comments are closed.