Latest Odisha News

BREAKING NEWS

ବିରିୟାନି ଖାଇ ଚାଲିଗଲା ଯୁବତୀଙ୍କ ଜୀବନ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିରିୟାନି ଖାଇବା ହେଲା କାଳ । ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ଯୁବତୀଙ୍କୁ ଭାରି ପଡ଼ିଲା । ବିରିୟାନି ଖାଇ ମୃତ୍ୟୁବରଣ କଲେ ୨୦ ବର୍ଷୀୟ ଯୁବତୀ । ଏଭଳି ଘଟଣା ବେଙ୍ଗାଲୁରୁର କସରଗଡ଼ ନିକଟସ୍ଥ ପେରୁମ୍ବାଲା ଅଞ୍ଚଳରେ ଘଟିଛି । ମୃତ ଯୁବତୀଙ୍କ ଜଣକ ହେଲେ ଅଞ୍ଜୁ ଶ୍ରୀପାର୍ବତୀ ।

ପୋଲିସ କହିବା ଅନୁଯାୟୀ, ଗତ ଡିସେମ୍ବର ୩୧ରେ ଅଞ୍ଜୁ କସରଗଡ଼ର ରୋମାନସିଆ ରେଷ୍ଟୁରାଣ୍ଟରୁ ଅନଲାଇନ୍‌ରେ ‘କୁଜିମନ୍ଥୀ’ ବିରିୟାନି ମଗାଇଥିଲେ। ଏହାକୁ ଖାଇବା ପରେ ଅଞ୍ଜୁ ଅସୁସ୍ଥ ହୋଇ କର୍ଣ୍ଣାଟକ ମଙ୍ଗାଲୁରୁର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଫୋରେନସିକ ରିପୋର୍ଟ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।

ତେବେ ଏହି ଘଟଣାରେ ତଦନ୍ତ ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫୁଡ ପଏଜନିଂ ଅଭିଯୋଗ ହୋଇଥିବା ରେଷ୍ଟୁରାଣ୍ଟର ଲାଇସେନ୍ସ ବାତିଲ କରାଯିବ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.