Latest Odisha News

BREAKING NEWS

ଚେତନ ଶରଣଂ ଗଚ୍ଛାମୀ, କମିଟିରେ ଶିବସୁନ୍ଦର

ନୂଆଦିଲ୍ଲୀ:ବିସିସିଆଇ ଆଜି ନୂତନ ଚୟନ କମିଟି ଗଠନ କରିଛି । ଏହି ନୂତନ ପ୍ୟାନେଲରେ ଚେତନ ଶର୍ମାଙ୍କୁ ପୁନର୍ବାର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ଖରାପ ପ୍ରଦର୍ଶନ ନେଇ ଚୟନ କମିଟିକୁ ବରଖାସ୍ତ କରିଥିବା ବିସିସିଆଇ ପୁନର୍ବାର ଚେତନଙ୍କୁ ଦାୟିତ୍ୱ ଦେବା ବୁଝାପଡୁନି । ଓଡିଶାର ଶିବସୁନ୍ଦର ଦାସଙ୍କୁ କେନ୍ଦ୍ରାଂଚଳ ପକ୍ଷରୁ କମିଟିରେ ସ୍ଥାନ ମିଳିଛି । ଦକ୍ଷିଣାଂଚଳରୁ ଶ୍ରୀଧରନ ଶରଥ, ପୂର୍ବାଂଚଳରୁ ସୁବ୍ରତ ବାନାର୍ଜୀ ଓ ସଲିଲ ଆଙ୍କୋଲାଙ୍କୁ ପଶ୍ଚିମାଂଚଳରୁ ଚୟନ କରାଯାଇଛି । ପୂର୍ବରୁ ବରଖାସ୍ତ କରାଯାଇଥିବା ଚୟନ କମିଟିରେ ଦେବାଶୀଷ ମହାନ୍ତିଙ୍କୁ ସୁଯୋଗ ମିଳିଥିଲା । ପାଖାପାଖି ୬୦୦ ଜଣ ଏଥିପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ସୁଲକ୍ଷଣା ନାୟକ, ଅଶୋକ ମାଲହୋତ୍ରା ଓ ଜତିନ ପରାଞ୍ଜାପେକୁ ନେଇ ଗଠିତ ସିଏସି ଏହି ୩ଜଣଙ୍କୁ ଚୟନ କରିଥିଲା ।

ପୂର୍ବରୁ ବିସିସିଆଇର ଚୟନ କମିଟି ପାଇଁ କେତେକ ଗାଇଡଲାଇନ ସ୍ଥିର କରାଯାଇଥିଲା । ଏଥିରେ ଜଣେ ଖେଳାଳି ଅବସର ନେବା ପୂର୍ବରୁ ଅତି କମରେ ୭ ଟେଷ୍ଟ, ୩୦ ପ୍ରଥମଶ୍ରେଣୀ ମ୍ୟାଚ କିମ୍ବା ୧୦ ଦିନିକିଆ ଓ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଜରୁରୀ । ଚୟନ କମିଟି ଆଗାମୀ ୫ ବର୍ଷ ପାଇଁ କାର୍ଯ୍ୟ କରିବେ ।

Comments are closed.