ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଲୋକେ ଏବେ ପାକିସ୍ତାନ ଅତ୍ୟାଚାରରେ ଅସହ୍ୟ ହେଲେଣି। ସେମାନେ ଏବେ ଭାରତରେ ମିଶିବାକୁ ଚାହୁଛନ୍ତି। ଏନେଇ ପିଓକବାସିନ୍ଦା ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ସହ ଭେଦଭାବ କରାଯାଉଛି।
ପାକିସ୍ତାନ ସରକାରଙ୍କ ନୀତି ଦଶନ୍ଧୀ ଧରି ତାଙ୍କୁ ଲୁଟିଛି। ତେଣୁ ଏମାନେ ଏବେ ଭାରତର ଲଦାଖରେ ମିଶିବାକୁ ଚାହୁଁଥିବା ଦାବି କରିଛନ୍ତି। ଏନେଇ ଇଣ୍ଟରନେଟ୍ରେ ଏକାଧିକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ବିକ୍ଷୋଭକାରୀମାନେ ଭାରତ ସମର୍ଥିତ ନାରା ଦେଉଥିବାର ଦେଖାଯାଇଛି। ଗିଲ୍ଗିଟ ବାଲଷ୍ଟିସ୍ତାନରେ ଏଭଳି ଆନ୍ଦୋଳନ ତେଜିଛି। କର୍ଗିଲ୍ ରାସ୍ତା ଆଉଥରେ ଖୋଲିବା ସହିତ କାର୍ଗିଲ୍ରେ ଥିବା ବାଲିଟ ଲୋକଙ୍କ ସହ ମିଶିବା ଓ ଲଦାଖ ସହ ସାମିଲ ହେବାକୁ ସେମାନେ ଦାବି କରିଛନ୍ତି।
ଗୋଟିଏ ପଟେ ଆର୍ଥିକ ମାନ୍ଦାବସ୍ଥା ଅନ୍ୟପଟେ ମହଙ୍ଗାମାଡ଼ରେ ପାକିସ୍ତାନ ସ୍ଥିତି ସଂକଟରେ ରହିଛି। ତା ସହ ଦେଶରେ ରାଜନୈତିକ ଅସ୍ଥିରତା ବି ଲାଗି ରହିଛି। ଏହାରି ବିତରେ ବିଭାଜନର ସ୍ୱର ଶୁଣିବାକୁ ମିଳୁଛି ।
ଆନ୍ଦୋଳକାରୀ ‘ଆର୍ ପାର୍ ଯୋଡ ଦୋ, କାରଗିଲ୍ କୋ ଖୋଲ ଦୋ’ ନାରା ଦେଇଛନ୍ତି । ଭାରତ ସହିତ ମିଶିବା ସହିତ କାରଗିଲ୍ ସଡ଼କ ଖୋଲିଦେବାକୁ ଆନ୍ଦୋଳନାକୀର ଦାବି କରିଛନ୍ତି ।
ତଙ୍ଗାହାଲିରେ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି । ଦେଶରେ ଘୋର ଖାଦ୍ୟ ସଙ୍କଟ ଦେଖାଦେଇଛି । ଅଟା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ରୁଟି ପାଇଁ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟୁଥିବାର ଦେଖାଯାଉଛି । ପାକିସ୍ତାନର ଶେହେବାଜ ସରିଫ ସରକାର ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ ବିଦ୍ରୋହର ସ୍ୱର ଦେଶର ସ୍ଥିତିକୁ ସଂକଟରେ ପକାଇଛି।
Comments are closed.