କିଭ୍: ୟୁକ୍ରେନରେ ଭାରତୀୟ ଔଷଧ କମ୍ପାନୀ କୁସୁମ ଗ୍ରୁପ୍ର ଔଷଧ କାରଖାନା ଉପରେ ଏକ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ।
ଅଧିକାରୀଙ୍କ ଅନୁଯାୟୀ, ୟୁକ୍ରେନର ସୁମିରେ ଥିବା କାରଖାନାରେ ଆକ୍ରମଣ ହୋଇଥିଲା, ଯାହା ପ୍ରାୟତଃ କୋଠାର ଅନେକ ଅଂଶକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା। ତେବେ ମୃତାହତ ଏବଂ ଆହତଙ୍କ ସଂଖ୍ୟା ପରିବର୍ତ୍ତନ ହୋଇପାରେ।
ଆକ୍ରମଣ ପରେ ତୁରନ୍ତ ଜାରି ହୋଇଥିବା ଭିଡିଓ ଏବଂ ଫଟୋଗ୍ରାଫରେ ଡ୍ରୋନ୍ ମାଡ଼ ସ୍ଥାନରୁ ଏକ ବିରାଟ ଧୂଆଁ ଉଠୁଥିବା ଦେଖାଯାଇଥିଲା।
ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଏହି କାରଖାନା କାର୍ଯ୍ୟକ୍ଷମ ଥିଲା କିନ୍ତୁ ଏହି ଆକ୍ରମଣରେ କମ୍ପାନୀର ବହୁତ କ୍ଷତି କରିଛି। ପ୍ରାଥମିକ ଆକଳନ ଅନୁଯାୟୀ, କମ୍ପାନୀ ଅତି କମରେ ୪୦୦ କୋଟି (US$4 ବିଲିୟନ) ର ବିପୁଳ ଆର୍ଥିକ କ୍ଷତି ସହିଛି।
ତେବେ ଏହି କୁସୁମ ଗ୍ରୁପ୍ ୧୯୯୪ ମସିହାରେ ଭାରତରୁ ୟୁକ୍ରେନକୁ ରପ୍ତାନି କରୁଥିବା ଔଷଧର ବିତରକ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହା ବର୍ତ୍ତମାନ ଭାରତୀୟ ନାଗରିକ ରାଜୀବ ଗୁପ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି। ୨୦୦୨ ମସିହାରେ କମ୍ପାନୀ ଅନ୍ୟ କମ୍ପାନୀଗୁଡ଼ିକର ଉତ୍ପାଦ ବିକ୍ରି ବନ୍ଦ କରି ବଜାରରେ ନିଜସ୍ୱ ବ୍ରାଣ୍ଡ ଲଞ୍ଚ କରିବା ଆରମ୍ଭ କରିଥିଲା।

