Latest Odisha News

BREAKING NEWS

ଶାହରୁଖ ଖାନ୍‌ ବିଶ୍ବର ୪ର୍ଥ ଧନୀ ଅଭିନେତା

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଯାହାଦ୍ବାରା ତାଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିଲେବି  ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି ଚାନ ରବର୍ଟ ଡେ ନିରୋଙ୍କୁ ପଛରେ ପକାଇ ଶାହାରୁଖ ଏବେ ବିଶ୍ୱର ସବୁଠୁ ଧନୀ ସେଲିବ୍ରିଟି ତାଲିକାର ଚତୁର୍ଥ ନମ୍ବର ସ୍ଥାନ ଅଧିକାର କରିଛନ୍ତି।

ବର୍ତ୍ତମାନ ଶାହରୁଖ ୭୭୦ ନିୟୁତ ଡଲାରର ମାଲିକ। ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍‌ ପକ୍ଷରୁ ଏହା ଜଣାପଡ଼ିଛି। ପ୍ରକାଶ ପାଇଥିବା ଲିଷ୍ଟର ପ୍ରଥମରେ ଅଛନ୍ତି ୧ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ ଜେରୀ ସେନଫିଲ୍ଡ।  ଏବଂ ଟାଇଲନ୍‌ ପେରି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଡ୍ବାୟନି ଜୋନସନ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଆଉ ଶାହାରୁଖ ଅଛନ୍ତି ଚତୁର୍ଥ ସ୍ଥାନରେ । ଶାହରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌ ଜାନୁୟାରୀ ୨୫ ରେ ରିଲିଜ୍‌ ହେବାକୁ ଯାଉଛି ।

ତେବେ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ଏଥିରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍‌ ମଧ୍ୟ ସ୍କ୍ରିନ୍‌ ଶେୟାର କରିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।

 

Comments are closed.