ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ଅଧ୍ୟକ୍ଷଙ୍କ ପତ୍ନୀ ରୀନା ଶବର ସାହାରା ପରିବାର ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତାଙ୍କ ସ୍ୱାମୀ ରବି ଶଙ୍କର ଗମାଙ୍ଗ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କର କୌଣସି ଦାୟିତ୍ୱ ନିଅନ୍ତି ନାହିଁ । ଏମିତି କି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ସାହାରା ପରିବାର ପରାମର୍ଶ କେନ୍ଦ୍ରରେ କେଶ ନମ୍ବର ୩୩/୨୩ରେ ଏକ ମାମଲା ରୁଜୁ କରାଯାଇଛି । ଆସନ୍ତା ୨୩ ତାରିଖରେ ସାହାରା କେନ୍ଦ୍ରରେ ଉପସ୍ଥିତ ହେବାକୁ କେନ୍ଦ୍ର ତରଫରୁ ଏକ ସମନ ଜାରି କରାଯାଇଛି । ଖୁବଶୀଘ୍ର ଏହି ପାରିବାରିକ ସମସ୍ୟାର ସମାଧାନ କରାଯିବ । ଯଦି ଉଭୟ ପକ୍ଷ ରାଜି ନ ହୁଅନ୍ତି ତେବେ ଏହି ମାମଲା ଗୁଣୁପୁର ଏସଡିପିଓଙ୍କୁ ହସ୍ତାନ୍ତର କରାଯିବ ବୋଲି ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି । ଅନ୍ୟପଟେ ପଞ୍ଚାୟତ ଅଧ୍ୟକ୍ଷ ରବି ଗମାଙ୍ଗଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।
BREAKING NEWS
- LEO satellites: ମହାକାଶରେ ହୋଇପାରେ ବଡ ବିସ୍ଫୋରଣ? ଭାରତ ପାଇଁ ବଢ଼ୁଛି ବିପଦ!
- ବିଚାରପତିମାନେ ସରକାରୀ କର୍ମଚାରୀ ନୁହଁନ୍ତି, ଅବସର ବୟସ ଭିନ୍ନ ହୋଇପାରେ: ସୁପ୍ରିମକୋର୍ଟ
- ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ
- Wangchuk Betrayed?: ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସୋନମ ଓ୍ବାଙ୍ଗଚୁକ୍, ‘ମୋ ବିଶ୍ୱାସ ଭାଙ୍ଗିଦେଲେ’…
- ଫାଇଲ ଗାୟବ ଘଟଣା: CMO, କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ
- ସ୍କୁଲ ଛାତ୍ରଙ୍କୁ ରାଗିଂ ଅଭିଯୋଗ; ୭ ବହିଷ୍କୃତ
- ଛାତ୍ରଙ୍କୁ ମାଡ଼ ଓ ଅପହରଣ ମାମଲା; ୩ ଦିନ ପରେ ଉଦ୍ଧାର…
- Pakistan Controls PoK: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା, ହେଲେ କାହିଁକି ଚାଲେ PoKରେ ପାକିସ୍ତାନର ଶାସନ?
- ମଝି ଚିଲିକାରେ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
- Independence Day Security: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ; ଲାଲକିଲ୍ଲାରେ ୧୨ ହଜାର ପୋଲିସ, AI CCTVରେ ନଜର, ଆତଙ୍କୀ ଧମକକୁ ନେଇ କଡ଼ା ସୁରକ୍ଷା
Comments are closed.