ମୟୂରଭଞ୍ଜ: ଶିକାରୀଙ୍କ ଟାର୍ଗେଟରେ ବାଘ । ପୁଣି ବାଘ ଛାଲ ଜବତ ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନେ ହେଲେ ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ ।
ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ବଡ଼ଅଳିଆ ଗ୍ରାମରେ ଚଢ଼ାଉ କରିଥିଲା । ଗ୍ରାମର ଚିତ୍ତରଞ୍ଜନ ସାହୁ ଓ ତ୍ରିଲୋଚନ ସାହୁଙ୍କ ଘରୁ ବାଘ ଛାଲ ଜବତ କରିଥିଲା । ସେମାନେ ଘରେ ଏକ ବାକ୍ସରେ ଏହି ବାଘ ଛାଲକୁ ରଖିଥିଲେ । ଏହି ଘଟଣାରେ ପୋଲିସ ଚିତ୍ତରଞ୍ଜନ ଓ ତ୍ରିଲୋଚନଙ୍କୁ ଗିରଫ କରିଥିଲା । ପରେ ବାଘ ଛାଲ ସେମାନଙ୍କୁ ବିକ୍ରି କରିଥିବା ବେପାରୀ ଗେଣ୍ଡୁରୁଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ଏକ ଲକ୍ଷରୁ ଊର୍ଦ୍ଧ ଟଙ୍କା ମଧ୍ୟ ଜବତ କରିଥିଲା । ଜବତ ବାଘଛାଲଟି ଏକ କଲରାପତରିଆ ବାଘର ହୋଇଥିବା ବେଳେ ଏହାର ଲମ୍ବ ୧୬୫ ସେଣ୍ଟିମିଟର । ଏହି ବାଘର ବୟସ ୭ ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ବାଘ ଛାଲ ଉକ୍ତ ବେପାରୀ ନିକଟକୁ କେମିତି ଆସିଲା ? କିଏ ଆଣି ଦେଇଥିଲା ବା ବେପାରୀ ଜଣକ ନିଜେ ଶିକାର କରି ବାଘଛାଲ ବେପାର ନିମନ୍ତେ ରଖିଥିଲେ ତାହାର ତଦନ୍ତ କରୁଛି ପୋଲିସ ।
BREAKING NEWS
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


Comments are closed.