Latest Odisha News

BREAKING NEWS

୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍

ଭୁବନେଶ୍ୱର :  ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଜାନୁଆରୀ ୧, ୨୦୨୨ରୁ ଲାଗୁ କରାଯିବ । ଏହାଦ୍ୱାରା ୧୫ ହଜାର ୭୧୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅତରିକ୍ତ ୨୯୦ କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟରେ ଏହାକୁ ଆଜି ମଞ୍ଜୁରୀ ମିଳିଛି ।

ଆଜି ରାଜ୍ୟ କ୍ୟାବିନେଟର ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ  ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।  ଏଥିମଧ୍ୟରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ ବୃଦ୍ଧି  । ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି   ଓଡିଶା ଏମ୍ପୟମେଣ୍ଟ ସର୍ଭିସ ରୁଲରେ ସଂଶୋଧନଡ଼ି । ଏମ୍ପ୍ଳୟମେଣ୍ଟ ଅଫିସର ପଦୋନ୍ନତି ପାଇଁ ପୂର୍ବରୁ କେବଳ ଜୁନିଅର ଏମ୍ପ୍ଳୟମେଣ୍ଟ ଅଫିସର ଯୋଗ୍ୟ ବିବେଚିତ ହେଉଥିଲେ । ହେଲେ ସଂଶୋଧିତ ନିୟମ ଅନୁଯାୟୀ ଏବେ ଜୁନିଅର ଏମ୍ପ୍ଳୟମେଣ୍ଟ ଅଫିସର ସହିତ ବିଭାଗୀୟ ଅନ୍ୟ କର୍ମଚାରୀ ଯଥା ASO ଏବଂ ଜୁନିଅର କ୍ଲର୍କମାନେ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରିବେ  । ତେବେ ଏହି ପଦ ପାଇଁ ୫୦ ପ୍ରତିଶତ ପ୍ରମୋଶନ ଭିତ୍ତିରେ ଏବଂ ୫୦ ପ୍ରତିଶତ ସିଧାସଳଖ ନିଯୁ୍କ୍ତି ପାଇବେ

ଏହାବ୍ୟତୀତ ଅନେକଗୁଡିଏ  ଗ୍ରାମୀଣ ପାଇପ ଜଳ ଯୋଗାଣ  ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ 2ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ ।  ଏହି ପ୍ରକଳ୍ପ କାମ ୫ ବର୍ଷରେ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି  ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ   ୩ଟି ପାନୀୟଜଳ ପ୍ରକଳ୍ପ,  ମାଲକାନଗିରିର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ୪ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଅନ୍ୟପକ୍ଷରେ ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବାକୁ ଥିବା ବ୍ରିଜ୍ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ସଂଶୋଧନ,  ଜିଏସଟି , ବାଣିଜ୍ୟ କର, ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ,  ଓଡ଼ିଶା ଗ୍ରୁପ–ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ ଇତ୍ୟାଦିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । 

ଏହାବ୍ୟତୀତ  ବାଗଚୀ ଶ୍ରୀଶଙ୍କର  କ୍ୟାନ୍ସନର କେୟାର ସେଣ୍ଟ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପାଇଁ  ୨୦ ଏକର ମାଗଣା ଜମି ପ୍ରଦାନ କରାଯାଇଛି । ଏହିକାମ ଦ୍ରୁତ ଗତିରେ ଚାଲିଛି । ଆସନ୍ତା ରଥଯାତ୍ରା ପୂର୍ବରୁ କାମ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବାକୁ ମଞ୍ଜୁରି ମିଳିଛି ।

Comments are closed.