Latest Odisha News

ହକି ବିଶ୍ୱକପ: ଆଘାତ ସମସ୍ୟା ଯୋଗୁ ଓହରିଲେ ହାର୍ଦ୍ଦିକ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଶନିବାର ଭାରତୀୟ ଟିମକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଆଘାତ ସମସ୍ୟା ଯୋଗୁ ବାକିଥିବା ମ୍ୟାଚରୁ ଓହରି ଯାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ପୂର୍ବରୁ ସିନିୟର ମିଡ ଫିଲ୍ମର ହାର୍ଦ୍ଦିକ ଓହରିବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଭାବେ ରାଜକୁମାର ପାଲଙ୍କୁ ଦଳରେ ସାମିଲ କରାଯାଇଛି । ଜାନୁୟାରୀ ୧୫ରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ମ୍ୟାଚ ଅବସରରେ ହାର୍ଦ୍ଦିକ ଆଘାତପ୍ରାପ୍ତ ହୋଇଥିଲେ । ୱେଲ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ଏହି ସମସ୍ୟା ଯୋଗୁ ସେ ଓହରି ଯାଇଥିଲେ ।

ଦଳରେ ଅନେକ ଭଲ ଖେଳାଳି ଥିବାରୁ ଏଥିଯୋଗୁ ଟିମ ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୋଚ ଗ୍ରାହମ ରିଡ କହିଛନ୍ତି । ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ କ୍ୱାର୍ଟର ଫାଇନାଲ ପ୍ରବେଶ ପାଇଁ ଉଦ୍ୟମ କରିବ । ଏଥିରେ ବିଜୟ ହାସଲ କଲେ ଘରୋଇ ଦଳ ବେଲଜିୟମକୁ କ୍ୱାର୍ଟରରେ ଭେଟିବ ।

Leave A Reply

Your email address will not be published.