Latest Odisha News

BREAKING NEWS

ଭାରତୀୟ ରେସଲିଂର କଳା ଅଧ୍ୟାୟ: ହଟିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଷ୍ଟାର ରେସଲର ଓ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି । ଦେଶ ଏବଂ ବିଦେଶରେ ଭାରତର ମାନ ତଳେ ପଡିଛି । ରେସଲରଙ୍କ ଜିଦ ପରେ ବ୍ରିଜଭୂଷଣ ତାଙ୍କ ପଦରୁ ହଟିବାକୁ ପଡିଛି । ଆସନ୍ତୁ ଜାଣିବା ଏହାର ଘଟଣାକ୍ରମ..
୧. ବୁଧବାର ବିଜରଙ୍ଗ ପୁନିଆ, ବିନେଶ ଫୋଗଟଙ୍କ ସମେତ ୩୦ ରେସଲର ଜନ୍ତରମନ୍ତରରେ ଧାରଣାରେ ବସିଲେ । ଅଧ୍ୟକ୍ଷ ବ୍ରିଜଭୂଷଣ ଓ କେତେକ କୋଚ ସେମାନଙ୍କ ପ୍ରତି ଯୌନ ଶୋଷଣ ଓ ହତ୍ୟା ଧମକର ଅଭିଯୋଗ ଆଣିଥିଲେ ।


୨.ବ୍ରିଜଭୂଷଣ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଝୁଲି ପଡିବି ବୋଲି କହିଥିଲେ ।
୩. କୁସ୍ତି ସଂଘ ସହକାରୀ ସଚିବ ବବିତା ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରି ବିବାଦ ତୁଟାଇବାକୁ ଚାହିଁଥିଲେ । କିଛି ଲାଭ ହୋଇ ନ ଥିଲା । ଅନୁରାଗ ଠାକୁର ଓ କ୍ରୀଡା ମନ୍ତ୍ରଣାଳୟ ଅଧିକାରୀମାନେ ପହଲିୱାନଙ୍କ ସହ କଥା ହେଲେ ।
୪. ପହଲିୱାନଙ୍କ ଧାରଣା ଦ୍ୱିତୀୟ ଦିବସରେ ପଂହଚିଲା । ବିଭିନ୍ନ ମହଲରୁ ସେମାନଙ୍କ ପ୍ରତି ସମର୍ଥନ ବଢ଼ିଲା । ସରକାର ଏବଂ ଖେଳ ମନ୍ତ୍ରଣାଳୟ ଉପରେ ଚାପ ପଡିଲା ।
୫. ଫୋଗଟ ଖାପ ସହିତ ଅନ୍ୟ ଖାପ ପହଲିମାନଙ୍କୁ ସମର୍ଥନ କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ ୭୨ ଘଂଟା ମଧ୍ୟରେ ଏହାର ଜବାବ ଦେବାକୁ କୁହାଗଲା ।
୬. ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ବୃନ୍ଦା କାରତଙ୍କୁ ରାଜନୀତି ନ କରିବା ପାଇଁ ରେସଲରମାନେ କହିଥିଲେ ।


୭. ମିଡିଆ ମାଧ୍ୟମରେ ବ୍ରିଜ ଭୂଷଣଙ୍କ ପୁରୁଣାର ବିବାଦ ସମ୍ମୁଖକୁ ଆସିଲା । ପହଲିମାନମାନେ ଭାରତୀୟ ଅଲିମ୍ପିକ ସଂଘକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ର ଲେଖିଲେ ।
୮. ଜାନୁୟାରୀ ୨୦ ସୁଦ୍ଧା ବ୍ରିଜ ଭୂଷଣ ଇସ୍ତଫା ନ ଦେଲେ ଏଫଆଇଆର ରୁଜୁ କରିବେ ବୋଲି ରେସଲରମାନେ କହିଥିଲେ ।
୯. କୁସ୍ତି ସଂଘ ଅଧ୍ୟକ୍ଷ ପଦରୁ ବ୍ରିଜଭୂଷଣ ହଟିବା ପରେ ରେସଲରମାନେ ବିକ୍ଷୋଭ ପ୍ରତ୍ୟାହାର କଲେ ।
୧୦. ନୂତନ ଭାବେ ଗଠିତ ଯାଂଚ କମିଟି ଯଦି ବ୍ରିଜ ଭୂଷଣ ଦୋଷୀ ବୋଲି ପ୍ରମାଣ ପାଆନ୍ତି ତାହାହେଲେ ସେ ଜେଲ ଯିବା ନିଶ୍ଚିତ ।

Leave A Reply

Your email address will not be published.