କୋଲକାତା: କେହି କେହି ଖାଦ୍ୟ ଖାଇବା ପାଇଁ ବଞ୍ଚିଥାନ୍ତି ତ ଆଉ କେହି ବଞ୍ଚିବା ପାଇଁ ଖାଦ୍ୟ ଖାଇଥାନ୍ତି । ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ଖାଦ୍ୟ ବିନା ଜୀବନ ଅସମ୍ଭବ ଏହା ବିଜ୍ଞାନ ସମ୍ମତ । ହେଲେ ଏଇ ମହିଳାଜଣକ ବିଜ୍ଞାନ ସମ୍ମତ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି । ମହିଳା ଜଣକ କିଛି ନ ଖାଇ ଜୀବନ ବିତାଉଥିବା ଘଟଣା ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ସେ କେବଳ ଚା’ ଓ କିଛି ହେଲଥ ଡ୍ରିଙ୍କସ ପିଇ ବଞ୍ଚିଛନ୍ତି ।
ହୁଗଳି ଜିଲ୍ଲା ଶ୍ୟାମବଜାର ପଞ୍ଚାୟତ ବେଲଡିହା ଗାଁର ଜଣେ ୭୬ ବର୍ଷୀୟ ବୃଦ୍ଧା ଗତ କିଛି ବର୍ଷ ଧରି ଖାଦ୍ୟ ନ ଖାଇ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରୁଛନ୍ତି । ବୃଦ୍ଧାଙ୍କ ନାମ ହେଉଛି ଅନିମା ଚକ୍ରବର୍ତ୍ତୀ ।
ପରିବାର ଲୋକଙ୍କ କହିବାନୁଯାୟୀ, ‘ ସେ ୫୦ ବର୍ଷରୁ ଅଧିକ ସମୟ ଧରି ବିନା ଖାଦ୍ୟରେ ଜୀବନଯାପନ କରି ଆସୁଛନ୍ତି। ଅନିମାଙ୍କ ପୁଅ କହିଛନ୍ତି, ଆଗରୁ ଆମ ପରିବାରର ଅବସ୍ଥା ଭଲ ନଥିଲା । ମୋ ମା’ କାମ କରିବାକୁ ଲୋକଙ୍କ ଘରକୁ ଯାଉଥିଲେ। ସେ ସେଠାରୁ ଯାହା ଚାଉଳ ଆଉ ଖାଦ୍ୟ ଆଣୁଥିଲେ, ସେସବୁ ଆମକୁ ଦେଇ ଦେଉଥିଲେ। କେବଳ ଘରେ ଥିବା ତରଳ ଖାଦ୍ୟ ଓ ଚା’ ପିଇ ଦିନ ପରେ ଦିନ କାଟି ଦେଉଥିଲେ। ଏବେ ବି ତାଙ୍କର ସେହି ଅଭ୍ୟାସ ରହିଛି ।
ହୁଗୁଲିର ଡକ୍ଟର ବିଲେଶ୍ୱର ବଲ୍ଲଭ କହିଛନ୍ତି, “ମଣିଷ ବଞ୍ଚିବା ପାଇଁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରେ। ଆମେ ଖାଉଥିବା ଖାଦ୍ୟ ତରଳ ହେଉ କି ଚୋବାଇ ଖାଇବା ପରି ଖାଦ୍ୟ । ଆମେ ଯାହା ଖାଉ ନା କାହିଁକି, କେବଳ ଏଥିରେ ପୋଷକ ତତ୍ତ୍ୱ ଥାଏ । ବଞ୍ଚିବା ପାଇଁ ଯାହା ଆବଶ୍ୟକ ପୋଷଣ ଯଦି ତରଳ ଖାଦ୍ୟରୁ ମିଳିଥାଏ, ତେବେ କୌଣସି ଅସୁବିଧା ନାହିଁ।