Latest Odisha News

BREAKING NEWS

୨୦୨୮ ଅଲିମ୍ପିକ୍ସ: ଆଇସିସି ୬ ଟିମର ଫର୍ମାଟର ପ୍ରସ୍ତାବ ଦେଲା

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ସହ ଲୋକପ୍ରିୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ତତ୍ପରତା ଦେଖାଇଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଁଏ ଟିମକୁ ସାମିଲ କରାଇବା ପ୍ରସ୍ତାବ ଦେଇଛି । କଟ ଅଫ ଡେଟ ଅନୁସାରେ ଆଇସିସି ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଥିବା ପ୍ରଥମ ୬ଟି ଟିମ ଏଥିନେଇ ସିଧାସଳଖ ଯୋଗ୍ୟତା ହାସଲ କରିବେ । କଟଅଫ ଡେଟ ନେଇ ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ । ତେବେ ଏ ପର୍ଯ୍ୟନ୍ତ ଏହି ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ଶନିବାର ଆନ୍ତର୍ଜାତୀୟ ଅଲିମ୍ପିକ ସମିତି କ୍ରିକେଟକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରୁନି ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହା ସତ୍ୟ ନୁହେଁ କ୍ରିକେଟ ସାମିଲ ହେବ କି ନାହିଁ ତାହା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ଥରେ ମାତ୍ର କ୍ରିକେଟକୁ ସାମିଲ କରାଯାଇଥିଲା । ଏହା ପରଠାରୁ କ୍ରିକେଟକୁ ଆଉ ଅଲିମ୍ପିକ୍ସରେ ସାମିଲ କରାଯାଇ ନାହିଁ । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ବ୍ୟତୀତ ବେସବଲ, ଫ୍ଲାଗ ଫୁଟବଲ, ବ୍ରେକ ଡ୍ୟାନ୍ସିଂ, କରାଟେ, କିକ ବକ୍ସିଂ, ସ୍କ୍ୱାଶ ଓ ମୋଟରସ୍ପୋର୍ଟ ମଧ୍ୟ ସାମିଲ ହେବା ନେଇ ଦୌଡରେ ଅଛନ୍ତି ।

Leave A Reply

Your email address will not be published.