ବେଜିଂ : ଚୀନରେ ଅର୍ଥନୀତି ସାଂଘାତିକ ସ୍ଥିତିରେ । ଅନେକ କୋଟିପତିଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଲାଣି । ଅନେକ କୋଟିପତିଙ୍କ ସଂପତ୍ତି ଦ୍ରୁତ ଗତିରେ ହ୍ରାସପାଉଥିବା ଲକ୍ଷ୍ୟ କରାଯାଇଛି । ଚୀନର ରିଅଲ ଇଷ୍ଟେଟ କମ୍ପାନୀ ଚାଇନା ଏଭରଗ୍ରାଣ୍ଡର ଚେୟାରମ୍ୟାନ ହୁଇ କା ୟାନଙ୍କ ସଂପତ୍ତି ଦ୍ରୁତ ଗତିରେ ହ୍ରାସ ପାଉଛି । ବ୍ଲୁମବର୍ଗ ବିଲେନାୟର ଇଣ୍ଡେକ୍ସ ଅନୁସାରେ ହୁଇଙ୍କ ସମ୍ପତ୍ତି ୫ ବର୍ଷରେ ୯୩ ପ୍ରତିଶତ ହ୍ରାସ ପାଇଛି । ୩୯ ଅରବ ଡଲାରରୁ କମି ଏବେ ତାଙ୍କର ସମ୍ପତ୍ତି ୩.୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
କୋଟିପତି ହୁଇଙ୍କ ନେଟ ସଂପତ୍ତିର ମୂଲ୍ୟ ୨୦୨୭ରେ ପାଖାପାଖି ୪୨ ଅରବ ଡଲାର ଥିଲା । ଯାହା ହ୍ରାସ ପାଇ ଏବେ ୩ ଅରବ ଡଲାରରେ ପହଞ୍ଚିଛି । ଏଭରଗ୍ରାଣ୍ଡକୁ ୩୦୦ ଅରବ ଡଲାର ଋଣ ସୁଝିବାର ଥିଲା । ଏଥିସହିତ ଏହା ଚୀନର ସବୁଠାରୁ ଅଧିକ ଋଣଗ୍ରସ୍ତ କମ୍ପାନୀଅଟେ ।
ହୁଇଙ୍କୁ ଚୀନରେ ଜୁ ଜିୟାୟିନ ନାମରେ ସମସ୍ତେ ଜାଣନ୍ତି । ସେ କମ୍ପାନୀକୁ ଋଣମୁକ୍ତ କରିବା ପାଇଁ ନିଜ ସମ୍ପତ୍ତିକୁ ବାଜି ଲଗାଇ ଦେଇଥିଲେ । ଏଥିପାଇଁ ନିଜ କୋଠା ସହ ଘରୋଇ ଜେଟ ପର୍ଯ୍ୟନ୍ତ ତାଙ୍କୁ ବିକ୍ରି କରିବାକୁ ପଡିିଛି । ତଥାପି ସେ ଋଣ ମୁକ୍ତ ହୋଇପାରି ନାହାନ୍ତି ।
ଋଣଦାତା, ସପ୍ଲାୟର୍ସ, ଇନଭେଷ୍ଟର୍ସଙ୍କ ବିଲ ଭରିବା ପାଇଁ ମାସ ମାସ ଧରି ଲଢିବା ପରେ ୨୦୨୧ ଡିସେମ୍ବ ରରେ ଏଭରଗ୍ରାଣ୍ଡ ନିଜର ୟୁଏସ ଡଲାର ବଣ୍ଡକୁ ଡିଫଲ୍ଟ କରି ଦେଇଥିଲା ।
ଏଠି କହିରଖିବୁ ଏଭରଗ୍ରାଣ୍ଡ ଚୀନର ଏକ ବଡ କମ୍ପାନୀ ଏବଂ ଏଥିରେ ପାଖାପାଖି ୨, ୦୦, ୦୦୦ କର୍ମଚାରୀ କାମ କରନ୍ତି । ୨୦୨୦ରେ କମ୍ପାନୀ ସେଲ୍ସ ୧୦୦ ଅରବ ଡଲାରୁ ଅଧିକ ଥିଲା । ୨୮୦ ସହରରେ ଏହାର ୧, ୩୦୦ରୁ ଅଧିକ ପ୍ରୋଜେକ୍ଟ ଅଛି । ଯାହା ବି ହେଉ, ଏତେ ବଡ କମ୍ପାନୀର ଏପରି ଅବସ୍ଥା ଦେଖି ଅର୍ଥନୀତିଜ୍ଞଙ୍କ ଚିନ୍ତା ବଢି ଯାଇଛି । ଏହି କମ୍ପାନୀ ଡୁବିବା ଅବସ୍ଥାକୁ ଆସିବା ପରେ ଚୀନର ପ୍ରପର୍ଟି ମାର୍କେଟରେ ଇଙ୍ଗ ଧରଣ ବିପଦ ସୃଷ୍ଟି ହୋଇପାରେ । କାରଣ ଚୀନରେ ଜିଡିପିରେ ରିୟଲ ଇଷ୍ଟେଟ ଏବଂ ଏଥିସହିତ ଜଡିତ ଇଣ୍ଡଷ୍ଟ୍ରିର ୩୦ ପ୍ରତିଶତ ଭାଗିଦାରୀ ଥିଲା ।
ସବୁଠାରୁ ଚିନ୍ତାର କାରଣ ହେଉଛି, କେବଳ ୟାନଙ୍କ ସମ୍ପତ୍ତି ଏପରି ହ୍ରାସ ପାଇନାହଁ । ବ୍ଲୁମବଗର କହିବା ଅନୁଯାୟୀ, ଗତମାସରେ ଟେଲସା ଏବଂ ଟୁଇଟର ସିଇଓ ଏଲନ ମସ୍କ ପ୍ରଥମ ବ୍ୟକ୍ତି ଯାହାଙ୍କ ସମ୍ପତ୍ତିମଧ୍ୟ ହ୍ରାସ ପାଇଛି ।
BREAKING NEWS
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
- ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
- Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ
- ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର
- ଫିଲ୍ମ ‘ବାରାଣସୀ’କୁ ନେଇ ବଡ ଖୁଲାସା, ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ ମହେଶ ବାବୁ
- ଲାକ୍ଷାଦ୍ୱୀପରେ ମଦ ଉପରୁ ହଟିଲା ନିଷେଧ, ଏବେ ଲାଇସେନ୍ସ ସହିତ ମିଳିବ ମଞ୍ଜୁରୀ
- ସଚିନଙ୍କ ପରେ ବୈଭବଙ୍କୁ ନେଇ ବଡ ଅନୁମତି ଦେଲା ବିସିସିଆଇ
- ୧୮ ବର୍ଷରୁ କମ୍ ପୁରୁଷ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ… ମହିଳାଙ୍କୁ ବ୍ରୋଞ୍ଚ,ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- କୋଟି କୋଟି ସମ୍ପତ୍ତିର ମାଲିକ ବୈଭବ ସୂର୍ଯ୍ୟବଂଶୀ…
Comments are closed.