Latest Odisha News

BREAKING NEWS

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି

ଭୁବନେଶ୍ୱର: ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଯିବା ପରେ ଓଡ଼ିଶା ବିଜେପି ହତାଶ ହୋଇପଡିଥିବା ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି । ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଲେନିନ୍ ମହାନ୍ତି କହିଛନ୍ତି, ବିଜେପି ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି ଏବଂ ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ ଯେଉଁଥିପାଇଁ ଓଡ଼ିଶାବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।

ଲୋକସଭାରେ ଥିବା ବିଜେପିର ୮ ଜଣ ସାଂସଦ ଷଡ଼ଯନ୍ତ୍ର କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଓଡ଼ିଶାର ଗରିବ ଲୋକ ପାଇବାକୁ ଥିବା ଘରକୁ ବନ୍ଦ କରିଥିଲେ ଏବଂ ବିଜେଡିର ଚାପ ଯୋଗୁଁ ଏହା ମିଳିଲା ପରେ ଓଡ଼ିଶା ବିଜେପିର ଆଉ ଲୋକଙ୍କ ପାଖକୁ ଯିବାକୁ ମୁହଁ ନାହିଁ । ଯଦି ରାଜ୍ୟ ବିଜେପିର ସତସାହାସ ଅଛି ତେବେ ଓଡ଼ିଶାର ୩.୨୫ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ୫ କିଲୋଗ୍ରାମ ଚାଉଳ ବନ୍ଦ ହେବା ବିଷୟରେ ରାଜ୍ୟବାସୀଙ୍କୁ ସତ କହିବା ଉଚିତ୍ ।

ଓଡ଼ିଶା ବିଜେପି ଲୋକଙ୍କ ପ୍ରସଙ୍ଗ ଗ୍ରହଣ କରୁନାହିଁ ଯେଉଁଥି ପାଇଁ ଓଡ଼ିଶାବାସୀ ଏହାକୁ ଗୁରୁତ୍ୱର ସହ ନେଉନାହାଁନ୍ତି ଏବଂ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଓଡ଼ିଶା ବିଜେପିର ଆଜିର ବୈଠକ ସେମାନଙ୍କର ହତାଶ ଏବଂ ନିରାଶ ହୋଇଥିବା ଦଳୀୟ କ୍ୟାଡରଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବାର ଆଉ ଏକ ଦୁର୍ବଳ ପ୍ରୟାସ ଯାହା ଦୁର୍ଭାଗ୍ୟଜନକ ଭାବରେ ପୁଣିଥରେ ବିଫଳ ହେବ ବୋଲି କହିଛନ୍ତି ଲେନିନ୍ ମହାନ୍ତି ।

Leave A Reply

Your email address will not be published.