ବ୍ରହ୍ମପୁର:ପ୍ରେମ ସଂପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇ ବିବାହିତ ମହିଳାଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରେମିକ। ପୋଲିସ ଅଭିଯୁକ୍ତ ପ୍ରମିକଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କାତିକୁ ଜବତ କରିଛି। ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରର ଶୁଭମ୍ ସାହୁଙ୍କ ସହିତ ସେହି ସାହିର ଜଣେ ବିବାହିତା ମହିଳାଙ୍କ ଅନେକ ଦିନର ସଂପର୍କ ରହିଥିଲା। ତେବେ କୌଣସି କାରଣରୁ ଗତ କିଛି ଦିନ ପୂର୍ବେ ଶୁଭମ ରଘୁପତିନଗରରୁ ନିକଟସ୍ଥ ବାଲ୍ମିକି ନଗରକୁ ସ୍ଥାନାନ୍ତର ହୋଇଯାଇଥିଲେ। ତେବେ କଳାକ୍ରମେ ଉଭୟଙ୍କ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଶୁଭମଙ୍କ ଠାରୁ ପୂର୍ବରୁ ମହିଳା ଆର୍ଥୀକ ସହାୟତା ପାଉଥିଲେ। ହେଲେ ଶୁଭମ ଏହାକୁ ବନ୍ଦ କରିଦେଇଥିଲେ। ତଥାପି ମହିଳା ଜଣକ ବାରମ୍ବାର ଟଙ୍କା ମାଗୁଥିଲେ। ଶୁଭମ କିନ୍ତୁ ଟଙ୍କା ଦେବାକୁ ମନା କରିଦେଉଥିଲେ। ଅନ୍ୟପଟେ ମହିଳାଙ୍କ ଚରିତ୍ରକୁ ନେଇ ଶୁଭମଙ୍କ ମନରେ ଅନେକ ସନ୍ଦେହ ଜନ୍ମ ନେଇଥିଲା। ଫଳରେ ମହିଳାଙ୍କୁ ହତ୍ୟା କରିବାକୁ ଶୁଭମ ଯୋଜନା ପ୍ରସ୍ତୁତ କରିଥିଲେ।
ସୋମବାର ସନ୍ଧ୍ୟାରେ ମହିଳା ନିଜ ଛୁଆଙ୍କୁ ଟିଉସନରୁ ଆଣିବା ପାଇଁ ରଘୁପତି ନଗରକୁ ଯାଉଥିଲେ। ବାଟରେ ଜଗିଥିଲେ ଶୁଭମ। ମହିଳାଙ୍କୁ ଦେଖିବା କ୍ଷଣି ଶୁଭମ ତାଙ୍କୁ କାତିରେ ଗୋଟିଏ ପରେ ଗୋଟିଏ ଚୋଟ ପକାଇଥିଲେ। ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ମହିଳାଙ୍କ ମୁଣ୍ଡ, କାନ, ହାତ, ଗୋଡ଼ ଓ ପିଠି ସମେତ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ଲାଗିଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଟିଉସନ ଶିକ୍ଷୟିତ୍ରୀଙ୍କ ବଡ଼ ଭଉଣୀ ଆସିଥିଲେ। ଶୁଭମ ତାଙ୍କ ଡାହାଣ ହାତରେ କାତି ଚୋଟ ପକାଇଥିଲେ। ଉଭୟ ଚିତ୍କାର କରିବା ପରେ ସେ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ପରେ ବଡ଼ବଜାର ଥାନାରେ ଶୁଭମ କାତି ସହିତ ଆତ୍ମସମର୍ପଣ କରିଥିଲେ। ଆହତଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ବ୍ଲାକମେଲ୍ କରୁଥିବା ଯୋଗୁ ତାଙ୍କୁ ଆକ୍ରମଣ କରିଥିବା ଶୁଭମ ପୋଲିସ ସମ୍ମୁଖରେ ସ୍ୱିକାର କରିଛନ୍ତି।
BREAKING NEWS
- ଭାରତକୁ ତାଲିବାନର ପ୍ରଶଂସା; କହିଲେ ଆମ DNA ସମାନ…
- ୯ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ
- ଦିନ ଦ୍ବିପ୍ରହରେ କୋଣାର୍କରେ ମଦ ଦୋକାନ ଉପରକୁ ୩ଟି ବୋମା ମାଡ଼
- ‘ପାଣ୍ଡ୍ୟା ଷ୍ଟୋର’ ଫେମ୍ ରୋହିତ ଚାଣ୍ଡେଲ ଗିରଫ, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ
- Swimming for Weight Loss:ଓଜନ ହ୍ରାସ କରିବ ସୁଇମିଂ;ଗୋଟିଏ ଘଣ୍ଟା ପହଁରିଲେ ବର୍ନ ହେବ ଏତିକି କ୍ୟାଲୋରୀ
- ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବଢୁଛି ଆତଙ୍କ
- କର୍ମକ୍ଷେତ୍ରରେ ଦୁର୍ଘଟଣା; ବ୍ରେନରୁ ଫ୍ୟାନର ଅଂଶକୁ ସଫଳତା ସହ ବାହାର କଲେ ମଣିପାଲ ହସ୍ପିଟାଲ ଡାକ୍ତର
- ୟୁଜର୍ସଙ୍କ ଆଗରେ ମୁଣ୍ଡ ନୁଆଁଇଲା ମେଟା: ପ୍ରବଳ ବିରୋଧ ପରେ ଇନଷ୍ଟାଗ୍ରାମରୁ ହଟିଲା ବିବାଦୀୟ AI ‘ମ୍ୟୁଜ୍’ ଫିଚର
- ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, ୫ ମାସ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି
Comments are closed.