Latest Odisha News

BREAKING NEWS

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ମହଙ୍ଗା

ବେଙ୍ଗାଲୁରୁ : ଅନଲାଇନ ପ୍ରେମ ପଡ଼ିଲା ମହଙ୍ଗା,ହାଜତ ଗଲେ ଜୁବତୀ । କଥାରେ ଅଛି ପ୍ରେମ ମାନେ ନାହିଁ ଜାତି ଧର୍ମ ଓ କୗଣସି ବନ୍ଧବାଡ଼ ।  ହେଲେ ଆାଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ ଆାପଣ ଶୁଣିଲେ ଆାଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏକ ଅଜବ ପ୍ରେମ ବିଷୟରେ ।

BjdElectrycity

ଅନ୍‌ଲାଇନ୍‌ରେ ଲୁଡୋ ଖେଳି ଉତ୍ତର ପ୍ରଦେଶର ମୁଲାୟମ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଗତବର୍ଷ ସେପ୍ଟେମ୍ବରରେ ଯୁବତୀ ଜଣକ କାଠମାଣ୍ଡୁ ଦେଇ ଭାରତରେ ପ୍ରବେଶ କରିଥିଲେ। ପରେ ଦୁହେଁ ରୀତିନୀତିରେ ବିବାହ କରି ଏକ କ୍ୱାର୍ଟରରେ ଏକାଠି ରହୁଥିଲେ।

ଏନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ତଦନ୍ତ ପରେ ଯୁବତୀଙ୍କ ସହ ସ୍ବାମୀ ମୁଲାୟମଙ୍କୁ ଗିରଫ କରିଛି। ମୁଲାୟମ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣାପଡିଛି। ସେପଟେ ଯୁବତୀଙ୍କ ପାଖରେ ଆବଶ୍ୟକୀୟ ବିଦେଶୀ ପ୍ରମାଣପତ୍ର ନ ଥିବାରୁ ପୋଲିସ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଯୁବତୀ ଜଣକ ନେପାଳର କାଠମାଣ୍ଡୁ ଦେଇ ଭାରତରେ ପ୍ରବେଶ କରିଥିବା ବେଳେ ସ୍ବାମୀ ମୁଲାୟମ ସିଂ ଯାଦବ ତାଙ୍କୁ ସହଯୋଗ କରିଥିବା ମଧ୍ୟ ପୋଲିସ କହିଛି।

 

Leave A Reply

Your email address will not be published.