Latest Odisha News

BREAKING NEWS

ହକି ବିଶ୍ୱକପ: ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ-ସ୍ପେନ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେବେ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୪-୩ ଗୋଲରେ ଜିତି ନେଇଥିଲା । ସ୍ପେନ ଏଥିସହ ପଦକ ଦୌଡରୁ ବାଦ ପଡିଛି । ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ସହଜରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ଥମାସ ହେୱାର୍ଡ ୨ଟି ଗୋଲ ସ୍କୋର କରିଥିବା ବେଳେ ଫ୍ଲାଏନ ଆଣ୍ଡ୍ରୁ ଓଗିଲଭି ଓ ଆରାନ ଜାଲେସ୍କି ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ସ୍ପେନ ତରଫରୁ ଜାଭିୟର ଗିସପର୍ଟ, ମାର୍କ ରେକାସେନ୍ସ ଓ ମାର୍କ ମିରାଲେଓ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ ।

Leave A Reply

Your email address will not be published.