Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିଲା ଭାରତ, ରାଙ୍କିଂ ଲିଷ୍ଟର ଶୀର୍ଷରେ ଟିମ୍ ଇଣ୍ଡିଆ

ଇନ୍ଦୋର: ୯୦ ରନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚକୁ ଜିତିବା ସହ ୩ ଟିକିଆ ଦିନିକିଆ ମ୍ୟାଚ୍ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ଇଂଲଣ୍ଡକୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ଟିମ୍ ଭାବେ ଆଇସିସି ରାଙ୍କିରେ ସ୍ଥାନ ପାଇଛି ।

ଆଜିର ମ୍ୟାଚରେ ରୋହିତ ଶର୍ମା ୮୫ ବଲରେ ୧୦୧ ରନ୍ ଏବଂ ଶୁବମନ ଗିଲ୍ ୭୮ ବଲରେ ୧୧୨ ରନର ଶତକୀୟ ପାଳି ଖେଳିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୮୫ ରନ୍ କରିଥିଲା । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ୨୯୫ ରନରେ ସମସ୍ତ ୱିକେଟ୍ ହରାଇଥିଲା ।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ୟୁଯବେନ୍ଦ୍ର ଚହଲ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉର୍ମନ ମଲିକ ଗୋଟିଏ ଲେଖାଏ ସଫଳତା ପାଇଥିଲେ ।

Leave A Reply

Your email address will not be published.