ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡ଼େ । ଏହାକୁ ଧୁମ୍ଧାମ୍ରେ ପାଳିବା ପାଇଁ ପ୍ରେମୀଯୁଗଳ ପ୍ରସ୍ତୁତ ହେଲେଣି । କିଏ ଦାମି ଉପହାର ଦେବ ତ ଆଉ କିଏ କେଉଁଆଡ଼େ ବୁଲିବାକୁ ଯିବେ ପ୍ଲାନିଂ କରିସାରିଲେଣି । ଥାଇଲ୍ୟାଣ୍ଡର ଏମିତି ଜଣେ ଯୁବକ ଯିଏ ଏହି ଦିନ ନିଜ ପ୍ର୍ରେମିକାଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ କରିବା ପାଇଁ ୧୪ ଶହ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ।
ଥାଇଲ୍ୟାଣ୍ଡରେ ରୁହନ୍ତି ନାଖୋନ୍ ନାୟୋକ । ଟିକ୍ଟକ୍ରୁ ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ । ଦିନକୁ ଦିନ ସେମାନଙ୍କ ସମ୍ପର୍କ ନିବିଡ଼ ହେଲା । ଉଭୟେ ଉଭୟଙ୍କୁ ଭଲ ପାଇ ବସିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କେହି କାହାକୁ ଦେଖିନାହାନ୍ତି । କେବଳ ଫୋନ କିମ୍ବା ଭିଡ଼ିଓ କଲରେ କଥାବାର୍ତ୍ତା । ଉଭୟେ ଭାଲେଣ୍ଟାଇନ୍ସ ଡ଼େରେ ଦେଖା କରିବାକୁ ନିଷ୍ପତ୍ତି ନେଲେ । ଯଦି ପ୍ରକୃତରେ ଭଲ ପାଉଥିବ ତାହାହେଲେ ଚାଲି ଚାଲି ମୋ ପାଖରେ ଆସି ଭାଲେଣ୍ଟାଇନ୍ସ ଡ଼େରେ ପହଞ୍ôଚ ପାରିବ ବୋଲି ପ୍ରେମିକା ଜଣକ ମଜାରେ କହିଦେଲେ । ଏଥିରେ ନାଖୋନ୍ ହଁ ମାରିଲେ । ସେଥିଲାଗି ଜାନୁୟାରୀ ୧୪ ତାରିଖରୁ ବାହାରି ପଡ଼ିଛନ୍ତି ନିଜ ପ୍ରେମିକାଙ୍କୁ ଦେଖା କରିବାକୁ । ତାହା ପୁଣି ଶହେ କି ଦୁଇ ଶହ କିଲୋମିଟର ନୁହେଁ ପ୍ରାୟ ୧୪ ଶହ କିଲୋମିଟର । ନାଖୋନ୍ଙ୍କ ଗୋଟିଏ ଲକ୍ଷ୍ୟ ସେ କେମିତି ଫେବୃୟାରୀ ୧୪ ତାରିଖରେ ନିଜ ପ୍ରେମିକାଙ୍କ ପାଖରେ ପହଞ୍ôଚବେ ଓ ଭାଲେଣ୍ଟାଇନ୍ସ ଡ଼େ ପାଳନ କରିବେ ।
BREAKING NEWS
- ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ
- ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର
- କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ
- ଆଇଏଏଫ୍ର କନଭଏ ଉପରକୁ ଆତଙ୍କୀ ହମଲା
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)
- ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା
- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ
- ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା
- ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା