Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୨୮-୦୭-୨୦୧୯ ରବିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୮ ରିଖ ରବିବାର କର୍କଟ ୧୨ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜି: ଶିମ୍ବ ଖାଇବା ନିଷେଧ

ମେଷ : ଆଜି ଦିନଟି ସମ୍ପୁର୍ଣ୍ଣ ଯଗି ରଖି ଚଳନ୍ତୁ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।ଯୁକ୍ତି ତର୍କଠାରୁ ଦୂରେଇ ରହନ୍ତୁ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।
ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ବିଚଳିତ ।

ବୃଷ : ଆପଣଙ୍କ ପାଇଁ ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ।ଧନ ମାନ ସମ୍ମାନ ମିଳିବ ।ଆଶାନୁରୂପ ଯୋଜନାକୁ କାର୍ଯ୍ୟକାରୀ କରିବେ।ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ : ଆଜି ଦିନଟି ଯଗି ରଖି ଚଳନ୍ତୁ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ।ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।ପାରିବାରିକ ଜୀବନରେ ଅଶାନ୍ତି ମନୋମାଳିନ ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି

କର୍କଟ : ପାରିବାରିକ ଜୀବନ ସୁଖମୟ ହେବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ସିଂହ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।ଗୁରୁ ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ସନ୍ତାନ ସନ୍ତତିମାନେ ପ୍ରତିଷ୍ଠିତ ହେବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

କନ୍ୟା : ବୃଥା ଅପବାଦ ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ନିଜ ପରିବାରର ଦୋଷି ସାବ୍ଯସ୍ତ ହେବେ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ତୁଳା : ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ଦାମ୍ପତ୍ୟ ଜୀବନରେଭୁଲ ବୁଝାମଣା ଦେଖା ଦେବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ।କୌଣସି କାର୍ଯ୍ୟ ପ୍ରତି ସ୍ପୃହା ଆସିବ ନାହିଁ ।ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରାଇବ ।

ବିଛା : ମନ ନିର୍ମଳ ଓ ଶରୀର ସୁସ୍ଥ ରହିବ ।ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି ।କୌଣସି ଅନୁଷ୍ଠାନର ମୁଖ୍ୟ ଦାୟିତ୍ଵ ଗ୍ରହଣ କରିବେ ।ମହିଳାମାନେ ଯଶସ୍ବୀ ହେବେ ।ବ୍ଯବସାୟରେ ଆୟ ବୃଦ୍ଧି ଘଟିବ ।

ଧନୁ: ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଧନ ଜନ ମାନ ସମ୍ମାନ ମିଳିବ ।ଗୁପ୍ତ ଶତୃମାନେ ପରାଜୟ ହେବେ ।ବ୍ଯବସାୟରେ ଆୟ ବୃଦ୍ଧି ଘଟିବ ।

ମକର: ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ ।ବ୍ଯବସାୟରେ ସମସ୍ଯା ଦେଖା ଦେବ ।ନିଜର ଲୋକମାନେ ବିଶ୍ବାସଘାତକତା କରିବେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ବିରୁଦ୍ଧାଚରଣ ଦେଖା ଦେବ । ବିଦ୍ଯାର୍ଥୀମାନେ ବିଦ୍ଯାରେ ଅସଫଳତା ଲାଭ କରିବେ ।

କୁମ୍ଭ: ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ସଂଗଠିତ ହେବ ।

ମୀନ : ପାରିବାରିକ ଜୀବନ ସୁଖମୟ ହେବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ଲୋକସମ୍ପର୍କ ବୃଦ୍ଧି ପାଇବ ।ଆଶାନୁରୂପ ଯୋଜନାକୁ କାର୍ଯ୍ୟକାରୀ କରି ସଫଳତା ପାଇବେ ।

Leave A Reply

Your email address will not be published.