Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଭିତରେ ଜଡ଼ିତ “ଦୁର୍ଗା ମାଧବ “ଉପାସନା ବିଷୟରେ ଆଲୋଚନା କଲେ।  ଜାଣିଲେ “ଶାକ୍ତ ଗୁଣ୍ଡିଚା “ର ପ୍ରକୃତ ସ୍ୱରୂପ ଓ ରୀତିନୀତି, ତେଵେ ଆସନ୍ତୁ ଜାଣିବା ଷୋଳପୂଜାର ସମସ୍ତ ବିବରଣୀ। ଏହି ଷୋଳପୂଜାର ପ୍ରଥମ ଦିନ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ସରିବା ପରେ “ଦୁର୍ଗାମାଧବ “ବିମଳାଙ୍କ ମନ୍ଦିର ରେ ବିଜେ କରନ୍ତି। ଆଚାର୍ଯ୍ୟ ବରଣ, ବ୍ରହ୍ମା ବରଣ  ସ୍ବସ୍ତି ବାଚନ ଓ ଚଣ୍ଡୀ ବରଣ ହୁଏ। ସଂକଳ୍ପ ମଧ୍ୟ କରାଯାଏ। ଦେବୀଙ୍କ ଛାମୁରେ ପାଣି ପଡି, ପାହାଡ଼ ପଡି ଭୋଗ ବଢ଼ାହୁଏ।  ପାଳିଆ ସେବକ ପୂଜା  କରନ୍ତି।  ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି। ଷୋଡଶ ଉପଚାରରେ ପୂଜା ହୁଏ। କୋଠ ଭୋଗର ମହାପ୍ରସାଦ ପିଠା ଥାଳି ଖେଚୁଡ଼ି ମଣୋହିରେ ବଢ଼ାଯାଏ । ମା ବିମଳାଙ୍କ ପାଖରେ ଓ ଘଣ୍ଟ କାହାଳି ବାଜେ, ଛତ୍ର ଧାରଣ କରାଯାଏ। ଟେରା ଫିଟିଲେ କର୍ପୁର ଆଳତୀ ଓ ଏକୋଇଶି ବତି ବନ୍ଦାପନା ହୋଇଥାଏ।  ସକାଳ ଧୂପ ଆରମ୍ଭରୁ ଚଣ୍ଡୀପାଠ ଓ ଦୁର୍ଗା ସହସ୍ର ନାମ ପାଠ କରାଯାଏ।  କିନ୍ତୁ ମଧ୍ୟୟାନ  ରାତି ଧୂପ ବେଳେ ଏହା ହୋଇ ନଥାଏ। ସପ୍ତମୀ ଦିନଠାରୁ ମା ବିମକାଙ୍କ ତ୍ରିଦିବସାତ୍ମକ ପୂଜା ପାଇଁ ସ୍ୱତନ୍ତ୍ର ସଂକଳ୍ପ ହୋଇଥାଏ।  ଏଥିରେ ତର୍ପଣ ମାର୍ଜନା ଆଦି ସହ ବଳି, ଜପ ଓ ହୋମ ଆଦି ଯୋଗ କରାଯାଏ।  ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ଶଙ୍ଖୁଡି ଓ ଆମିଷ (ମାଛ )ଭୋଗ କରାଯାଇଥାଏ। ଏହି ଭୋଗ ଏକ ଅସ୍ଥାୟୀ ରୋଷଘରେ ପ୍ରସ୍ତୁତ ହୁଏ।  ଦେଉଳ ଶୋଧ ହେବା ପରେ ପଶ୍ଚିମ ଦ୍ୱାର ଦେଇ ଏହି ବଳି ପଶୁ ଓ ମାଛ ଇତ୍ୟାଦି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥାଏ ।  ଏଠାରେ କୌଣସି ଯାଚଜ୍ଞା ବଳି ପଡ଼େନି। କାରଣ ଯାଚିଥିବା ବଳି ଶ୍ରୀମନ୍ଦିର ବାହାରେ କାକୁଡିଖାଇଙ୍କ ପାଖରେ ପଡିଥାଏ। ଏହି ଷୋଳପୂଜା ସମୟରେ ମା ବିମଳାଙ୍କ ମନ୍ଦିରକୁ ସ୍ତ୍ରୀ ଲୋକଙ୍କୁ ବାରଣ କରାଯାଇଛି।  ଗୁରୁବାର ପଡିଲେ “ଏକାନ୍ତ ନୀତି “ମଧ୍ୟ ବନ୍ଦ ହୁଏ। ଆଗାମୀ ଅଧ୍ୟାୟରେ ମାଙ୍କ ବିଭିନ୍ନ ବେଶ ପରମ୍ପରା କଥା ଆଲୋଚନା କରିବା, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ପାଇଁ।

ଏ ଆତ୍ମା ନିର୍ମଳ ସ୍ଵଭାବେ

ମନର ବଶ ହୋଏ ଯେବେ ।

ଉତ୍ତମ ମଧ୍ୟ୍ୟମ ଅଧମ

ଗତି ଲଭଇ କରି କର୍ମ ।

କୁ ପୁତ୍ର ବଶେ ସାଧୁ ଜନେ

ଲଭନ୍ତି ମନ୍ଦ ଗତି ଯେହ୍ନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.