Latest Odisha News

BREAKING NEWS

ଗାଁରେ ବିକ୍ରି ହୁଏ ନାହିଁଁ କ୍ଷୀର, ନିୟମ ଭାଙ୍ଗିଲେ ଘଟେ ଅଘଟଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଗାଁ କମଇ  । ଯେଉଁଠାରେ କେବେ କ୍ଷୀର ବିକ୍ରି ହୁଏ ନାହିଁ । ଗ୍ରାମବାସୀଙ୍କ  ବିଶ୍ୱାସ ରହିଛି ଯେ, ଯଦି ସେମାନେ କ୍ଷୀର ବିକ୍ରି କରିବେ, ତେବେ କିଛି ଅଘଟଣ ନିଶ୍ଚିନ୍ତ ଘଟିବ । ଏହି କାରଣରୁ ଲୋକମାନେ କ୍ଷୀର ବିକ୍ରୟ କରିବା କଥା ଭାବିବାକୁ ମଧ୍ୟ ଭୟ କରନ୍ତି  । ଏଠାକାର ଲୋକେ ରୋଜଗାର ପାଇଁ କ୍ଷୀର ବଦଳରେ ଘିଅ ବିକ୍ରି କରିଥାନ୍ତି । ବାସ୍ତବରେ, ଭଣ୍ଡ ଜିଲ୍ଲାର ଆଟର ବିଧାନସଭା ନିର୍ବାଚନମଣ୍ଡଳୀ କମଇ ଗାଁର ଜନସଂଖ୍ୟା ପ୍ରାୟ ଦୁଇ ହଜାର।  ଗାଁର ଅଧିକାଂଶ ଲୋକ  ଯାଦବ ଜାତିର  । ସମସ୍ତଙ୍କର ମୁଖ୍ୟ ବ୍ୟବସାୟ ଗାଈ, ମଇଁଷି ।  ହେଲେ ଏ ଗ୍ରାମର ଲୋକେ କଦାପି ଦୁଗ୍ଧ ବିକ୍ରି କରନ୍ତି ନାହିଁ  ।

ଗ୍ରାମବାସୀଙ୍କ କହିବାନୁସାରେ, ଗାଁର ଦେବତା କ୍ଷୀର ବିକ୍ରି ପାଇଁ ଦଣ୍ଡ ଦିଅନ୍ତି । ଏହି କାରଣରୁ ଗ୍ରାମରେ କ୍ଷୀର ବିକ୍ରୟ କରିବାକୁ ବାରଣ କରାଯାଇଛି ।  ଗାଁର ଲୋକମାନେ କ୍ଷୀର ବଦଳରେ ଘିଅ ଏବଂ ଲହୁଣୀ ଆଦି ବିକ୍ରି କରିଥାନ୍ତି । ଗାଁରେ ଯଦି କେହି ଏହି ନିୟମ ନ ମାନେ ତେବେ ତା’ର ଗାଈ କ୍ଷୀର  ଦେବା ବନ୍ଦ କରିଦିଏ କିମ୍ବା କ୍ଷାର ବଦଳରେ ରକ୍ତ ବାହାରିଥାଏ ।

କମଇ ଗାଁର ପ୍ରତ୍ୟେକ ଘରେ ପ୍ରାୟ ୫୦ କିଲୋଗ୍ରାମରୁ ଅଧିକ ଦେଶୀ ଘିଅ ପାଇବେ । ଘିର ଶୁଦ୍ଧତା ଦେଖି ଦୂର ଦୂରାନ୍ତରୁ ଲୋକମାନେ ଏଠାକୁ ଘିଅ କିଣିବାକୁ ଆସନ୍ତି । ଗ୍ରାମରେ ହରସୁଖ ବାବାଙ୍କର ଏକ ବଡ଼ ମନ୍ଦିର ରହିଛି। ଗ୍ରାମବାସୀ କୁହନ୍ତି ଯେ ବାବାଙ୍କୁ  ପୂଜା ନହେବା ପର୍ଯ୍ୟନ୍ତ ସେମାନେ କାହାକୁ କ୍ଷୀର କିମ୍ବା ଦହି ଦିଅନ୍ତି ନାହିଁ । ବାବା କହିଥିଲେ ଯେ କ୍ଷୀର ବିକ୍ରୟ କରନାହିଁ, ଏହାକୁ ନିଜେ ପିଅ  ଏବଂ ଅସହାୟ ଲୋକଙ୍କୁ ଦିଅ।

Comments are closed.