Latest Odisha News

BREAKING NEWS

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ନବ ଦାସଙ୍କୁ ହତ୍ୟା ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଜୟ ନାରାୟଣ କହିଛନ୍ତି, ହତ୍ୟା ଯୋଜନାବଦ୍ଧ ଥିଲା । ଝାରସୁଗୁଡ଼ା ହସ୍ପିଟାଲରେ ଯଦି ନବ ଦାସଙ୍କ ଇସିଜି ହୋଇଥିଲା ସାର୍ବଜନୀନ କରାଯାଉ । ଝାରସୁଗୁଡ଼ାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ପାଇଁ ତାଙ୍କ ସ୍ଥିତି ଠିକ୍ ଥିଲା ତ ? ଯଦି ହଁ ସେ ପ୍ରମାଣ ବି ସରକାର ଦିଅନ୍ତୁ । କେଉଁ ଅବସ୍ଥାରେ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ନବ ଦାସଙ୍କୁ ନେଲେ ସେ ସାର୍ଟିଫିକେଟ୍ ମାଗିଛନ୍ତି ଜୟ ନାରାୟଣ ।

ସେ ଆହୁରି କହିଛନ୍ତି, ଆପୋଲ ଅଣାଯିବା ବେଳେ ସେ ଯଦି ବଞ୍ଚିଥିଲେ ଜୀବନ୍ତ ବୟସରେ ସାନ ଲୋକଙ୍କୁ ନମସ୍କାର କାହିଁକି କଲେ ? ପୃଥିବୀର ପ୍ରଥମ ଘଟଣା ଭାବେ ମୃତ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଛି । ସରକାର ଲୋକଙ୍କୁ ଦେଖାଇବା ଲାଗି ମୃତ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରି ଆଇସିୟୁରେ ରଖିଥିଲେ । ଏସବୁ ଘଟଣାର ତଦନ୍ତ ହେବା ଦରକାର । ସରକାର ସବୁ ଚାପି ଦେବାକୁ ଚାହୁଁଛନ୍ତି କହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ଓଡ଼ିଶା ପୋଲିସ ଉପରେ ବିଶ୍ୱାସ ତୁଟି ଯାଇଛି କହି ସରକାର ଦେଇଥିବା ପିଏସଓ ଫେରାଇ ଦେଇଛନ୍ତି ଜୟ ନାରାୟଣ । କହିଛନ୍ତି, ଆଗକୁ ମୁଁ କୌଣସି ସୁରକ୍ଷା ଓଡ଼ିଶା ପୋଲିସ ଠାରୁ ନେବି ନାହିଁ । ପୋଲିସ ରାଜନୈତିକ ଦଳର କର୍ମୀ ଭାବେ କାମ କରୁଥିବା କହିଛନ୍ତି ଜୟ ନାରାୟଣ । କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ । ମନ୍ତ୍ରୀଙ୍କୁ ହତ୍ୟା ରାଜ୍ୟର ପ୍ରଶ୍ନ ? କ୍ରାଇମବ୍ରାଞ୍ଚ ଆଇ ମାଆ କାହାଣୀ ଶୁଣାଉଛି ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପିଏସ୍ଓ ଫେରାଇବା ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଓଡ଼ିଶାରେ ପିଏସଓ ଜଗିବା ପାଇଁ ନୁହେଁ ମୋବାଇଲ୍ ଧରିବା ଓ ବାଟ କଢ଼ାଇବା ଲାଗି ନେଉଛୁ । ସିଏ ତ ଏକା ହନୁମାନ, ଖଣ୍ଡା ବୁଲେଇ ଦେବେ । ଏସପିଙ୍କୁ ମାନନ୍ତି ନାହିଁ, ତାଙ୍କର କଣ ଅଛି ?

Leave A Reply

Your email address will not be published.