Latest Odisha News

BREAKING NEWS

କବିତା : ଛାଇ

ଜୟନ୍ତୀ ଓଝା 

ଜହ୍ନର ଛାଇରେ ପତର ଦିଶୁଛି
ମନର ଛାଇରେ ତୁମେ
ଶୀତର ଚାଦର ଦେହକୁ ଖୋଜୁଛି
ତୁମକୁ ଖୋଜେ ମୁଁ ମନେ ।

ଶୀତର ତାପରେ ଦେହତ ଫାଟୁଛି
ମନ କେବେ ଫାଟୁ ନାହିଁ
ଶୀତର ତାପରେ ଯୋଡି ହୋଇଯାଏ,
ଦୁଇ ହୃଦ ଦୁଇ ଛାଇ!

ନିଇତି ସଞ୍ଜରେ ନିଆଁ ମୁଁ ଜାଳୁଛି
ମୋ ଦେହ ଜଳୁଛି କେତେ,
ନିଆଁ ଲିଭି ଯାଏ, ଧୂଆଁ ଉଡ଼ିଯାଏ
ତୁମେ ଆସ ନାହିଁ ପାଶେ ।

ଧର୍ମଶାଳା
ପାଟପୁର

Comments are closed.