ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଦୁଇ ଦେବୀଙ୍କ ବିଶେଷ ପ୍ରାଧାନ୍ୟ ଦେଖାଯାଏ। ପ୍ରଥମେ ମା ଲଷ୍ମୀ, ଯାହାଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରାଣବଲ୍ଳଭି ରୂପେ ବିବେଚନା କରାଯାଇଛି। ଦ୍ଵିତୀୟରେ ମା ବିମଳା, ଯାହାଙ୍କୁ ଶ୍ରୀଜଗନ୍ନାଥଙ୍କ ଭୈରବୀ ତଥା ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ଭାବରେ ଅଭିହିତ କରାଯାଏ। ଏଠାରେ ଆଉ ଏକ ତଥ୍ୟର ଅବତାରଣ କଲେ ଜଣାଯାଏ ଯେ ସ୍ୱୟଂ ବାସୁଦେବଙ୍କ ନାୟିକା ହେଉଛନ୍ତି ମା ବିମଳା, କାରଣ” କାଳିକା ପୁରାଣ “ରେ ଉଲ୍ଲେଖ ଅଛି ।
ପୂଜୟେତେ କର୍ଣ୍ଣିକା ମଧ୍ୟେ ବାସୁଦେବଂ ତୁ ନାୟକ, ବିମଳା ନାୟିକା ତସ୍ୟ ବାସୁଦେବସ୍ୟ କୀର୍ତ୍ତିତା। ଆମ ମନରେ ଯେଉଁ ଧାରଣା ଅଛି ଯେ ଶ୍ରୀମନ୍ଦିର ରେଶ୍ରୀଜଗନ୍ନାଥଙ୍କୁ ଭୋଗ ଲାଗୁଥିବା ସମସ୍ତ ଅନ୍ନ ପ୍ରସାଦ ମା ବିମଳାଙ୍କୁ ସମର୍ପିତ ହେବା ପରେ ମହାପ୍ରସାଦରେ ପରିଣତ ହୁଏ ତାହା ସମ୍ପୂର୍ଣ ସତ୍ୟ ନହେଲେ ବି ଆଂଶିକ ସତ୍ୟ ଅଟେ। କାରଣ ବିମଳା ଙ୍କୁ ଏହି ପ୍ରସାଦ ଅର୍ପଣ ପୂର୍ବକ, ପୂଜକ ଏହି ମନ୍ତ୍ର ଉଚ୍ଚାରଣ କରିଥାନ୍ତି ଯଥା “କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ, ଗୃହଣାତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ”
ଏହି ଆଲୋଚନାରୁ ଏତିକି ସ୍ପଷ୍ଟ ହୁଏ ଯେ ଦେବୀ ବିମଳା ସ୍ୱୟଂ ସୃଷ୍ଟିର ପ୍ରକୃତି ସ୍ୱରୂପା ଏବଂ ତାଙ୍କ ନିକଟରେ ସମସ୍ତ ତତ୍ତ୍ୱ ଯଥା ମହାଲଷ୍ମୀ, ମହାସରସ୍ବତୀ ଓ ମହା କାଳୀ ସ୍ୱରୂପିଣୀ ରୂପ ଆରୋପିତ ହୁଏ। ଏମିତି କହିଲେ ମହାକାଳୀ, ମହାସରସ୍ବତୀ ଓ ମହାଲଷ୍ମୀଙ୍କ ସମନ୍ୱୟ ରୂପ ହେଉଛନ୍ତି ମା ବିମଳା ଯିଏ ଏ ଜଗତରେ ଏକମାତ୍ର ପରା ଶକ୍ତି ଓ ମାତୃ ଶକ୍ତି ବା ମାତୃଦେବୀ ରୂପେ ବିବେଚିତ ହୁଅନ୍ତି। ଏହି କାରଣରୁ ମା ବିମଳାଙ୍କ ପୂଜା ଆରାଧନା ଆଦ୍ୟା ଶକ୍ତି ଭୁବନେଶ୍ୱରୀଙ୍କ ଏକାକ୍ଷରୀ ମନ୍ତ୍ରରେ କରାଯିବାର ଧି ରହିଛି ଗୂଢ଼ ତତ୍ତ୍ୱ ପ୍ରକାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ସ୍ୱରୂପକୁ ସ୍ୱତନ୍ତ୍ର ପ୍ରତିମା ଭାବରେ ସ୍ୱୀକାର ନକରି ଏକ ପ୍ରତୀକ ଭାବରେ ସ୍ୱୀକାର କରିବାର ପ୍ରମାଣ ମିଳେ ଓ କୁହାଯାଏ “ନ ଯସ୍ୟ ପ୍ରତିମା ଅସ୍ତି “। ସେହିଭଳି ମା ବିମଳାଙ୍କ ପ୍ରତିମାଙ୍କୁ ମଧ୍ୟ ଏକ ରୂପରେ ଆରାଧନା ନକରି ତ୍ରିରୂପର ସମ୍ମିଳିତ ପ୍ରତିମା ରୂପେ ବିବେଚନା କରାଯାଏ. ଆଗାମୀ ଅଧ୍ୟାୟରେ ସେହି ତ୍ରିରୂପ ଅର୍ଥାତ ମହାକାଳୀ, ମହାସରସ୍ୱତୀ, ଓ ମହାଲଷ୍ମୀଙ୍କୁ ମା ବିମଳାଙ୍କ ପ୍ରତିମାରେ ଖୋଜିବା। ଆଜି କିନ୍ତୁ କରିବା ଆରାଧନା
“ବରଦା ବନ୍ଦିତା ବିଦ୍ୟା ବୈଷ୍ଣବୀ ବିମଳା କୃତିଃ, ବରାହୀ ବିରଜା ବର୍ଷା ବରଲଷ୍ମୀ ବିଳାସିନୀ। ”
ଜୟ ମା ବିମଳା ଜୟ ଜଗନ୍ନାଥ (ଦ. ତ୍ରି ଉବାଚ )
Comments are closed.