Latest Odisha News

BREAKING NEWS

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ରିଲେରେ ଓଡିଶାକୁ ସ୍ୱର୍ଣ୍ଣ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଏ ପର୍ଯ୍ୟନ୍ତ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶନିବାର ୧୭ ବର୍ଷରୁ କମ ବାଳକ ୪ ଗୁଣନ ୧୦୦ ରିଲେରେ ଓଡିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜୟରାମ, ରାଜେନ୍ଦ୍ର, ନୀତିଶ ଓ ଏମ.ରେୟାଙ୍କ ଟିମ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏମାନେ ସମସ୍ତେ ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି । ବାଳିକା ବିଭାଗରେ ଯମୁନା ଟୁଡୁ, ଲକ୍ଷ୍ମୀପ୍ରୀୟା କିଶାନ ଓ ସବିତା ଟପ୍ପୋ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ସବିତା ଶୁକ୍ରବାର ଲଙ୍ଗଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଟ୍ରିପଲ ଜମ୍ପରେ ସ୍ୱାଗତ ବେହେରା ରୌପ୍ୟ ଏବଂ ମେରୀମୁକ୍ତା ସୋରେଙ୍ଗ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଷଷ୍ଠ ଦିବସ ସୁଦ୍ଧା ଓଡିଶା ୯ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ହରିୟାଣା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.