Latest Odisha News

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତର ମାନସିକ ପରୀକ୍ଷା କରୁଛି ସିଏଫଏସଏଲ ଟିମ୍

ଝାରସୁଗୁଡା: ନବକିଶୋର ଦାସଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପାଇଥିବା ଅଭିଯୁକ୍ତର ୨୨ ଖଣ୍ଡ କାଗଜ ଖଣ୍ଡକୁ ଶନିବାର ପରୀକ୍ଷା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ଯାହା ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଥିବା ପାଇଖାନା ଟାଙ୍କିରୁ ଜବତ ହୋଇଥି। ଆଉ ଏହି କାଗଜ ଖଣ୍ଡ ଅଭିଯୁକ୍ତ ଗୋପାଳ ଦାସ ନିଜ ହାତ ଲେଖା ବୋଲି ସ୍ୱୀକାର କରିଥିବା କହିଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ମାନସିକ ସ୍ଥିତି ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏହାବ୍ୟତୀତ ଅଭିଯୁକ୍ତଙ୍କ ଫରେନସିକ ସାଇକୋଲୋଜିକାଲ ଆସେସମେଣ୍ଟ ଏବଂ ଏଲଭିଏ ଟେଷ୍ଟ ମଧ୍ୟ ନୂଆଦିଲ୍ଲୀର ସିଏଫଏସଏଲ ଟିମ୍ ଦ୍ୱାରା ଝାରସୁଗୁଡ଼ାରେ କରାଯାଇଛି।

ଅନ୍ୟପଟେ ଆଜି ପ୍ରଥମ ୪ ଦିନ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଭିଯୁକ୍ତଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଥିବା ଅଭିଯୁକ୍ତଙ୍କ ପୈତୃକ ଘର ଓ ଝାରସୁଗୁଡ଼ାରେ ଥିବା ସରକାରୀ କ୍ୱାର୍ଟର୍ସରୁ ମିଳିଥିବା କାଗଜପତ୍ର ଯାଞ୍ଚ କରାଯାଉଛି। ଅଭିଯୁକ୍ତ ତାଙ୍କ ପତ୍ନୀ, ଭାଇ ଏବଂ ଅନ୍ୟ ନିକଟ ସମ୍ପର୍କୀୟଙ୍କ ଆର୍ଥିକ ବିବରଣୀ ମଧ୍ୟ ଯାଞ୍ଚ କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ କହିଛି।

 

Leave A Reply

Your email address will not be published.