Latest Odisha News

BREAKING NEWS

ପେଟ୍ରୋଲ ପକେଇ କର୍ମଚାରୀଙ୍କ ଉପରକୁ ଟଙ୍କା ବିଡା ଫୋପାଡିଲେ ମର୍ସିଡିଜ ମାଲିକ

ଧନୀ ହେବା..ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବା ନିଶ୍ଚୟ ଏକ ଭାଗ୍ୟ ।  ଏ ଭାଗ୍ୟ ସମସ୍ତଙ୍କୁ ମିଳେନି । ଧନୀ ହେବା ଭଗବାନଙ୍କର ଏକ ଆଶୀର୍ବାଦ ନିଶ୍ଚୟ ।  ତେବେ ଏ କଥା ସତ ଯେ, ଏହି ଅପର୍ଯ୍ୟାପ୍ତ ସମ୍ପତ୍ତି କେତେବେଳେ କାହା ହାତରୁ ଖସିଯିବ କେହି ଜାଣି ପାରିବେନି ।   ରାଜେନ୍ଦ୍ରାସନରୁ ଭିକାରୀ ପାଲଟିବା ପାଇଁ ବେଶି ସମୟର ଦରକାର ନାହିଁ ।  ଏକଥା  ଜାଣି ବି ଅର୍ଥକୁ ନେଇ କେତେ ଅହଙ୍କାର ଏ ମଣିଷ ମନରେ ? ଗରିବ ଲୋକଙ୍କୁ କେତେ ବେଖାତିର କରନ୍ତି ଏ ଧନୀମାନେ !  ସୋଶିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି  ।

ଏକଥା ସତ ଯେ, ଅନେକ ଧନୀ ଅଥଚ ହୃଦୟବାନ ଲୋକ ବି ଏ ଦୁନିଆରେ ଅଛନ୍ତି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟିରେ ଏଇ ବ୍ୟକ୍ତି ଜଣକ ଧନୀ ତ ନିଶ୍ଚୟ । କିନ୍ତୁ ତାଙ୍କ ଅହଙ୍କାର ଏବଂ ଜଣେ ସଚ୍ଚୋଟ କର୍ମଚାରୀଙ୍କ ପ୍ରତି  ତାଙ୍କର ବେଖାତିର ବ୍ୟବହାର ଦେଖିଲେ  ମନ ଯେ ତାଙ୍କର କେତେ ଛୋଟ ତାହା ବୁଝି ହେବ ।

ଭାଇରାଲ ଭିଡିଓଟି ଚୀନର ବୋଲି ଶୁଣିବାକୁ ମିଳୁଛି । ଧନୀ ବ୍ୟକ୍ତି ଜଣକ ଏକ ମର୍ସିଡିଜ କାରରେ ଆସୁଛନ୍ତି ପେଟ୍ରୋଲ ଟାଙ୍କିକୁ । ଗାଡିରେ ତେଲ ପକାଇବେ । ମହିଳା କର୍ମଚାରୀ ଜଣକ ତାଙ୍କ ଗାଡିରେ ତେଲ ପକାଉଛନ୍ତି । ମହିଳା ଜଣକ ତାଙ୍କ କାମ ନିଷ୍ଠାର ସହ କରୁଥିଲେ । ହେଲେ ଏହି ସମୟରେ ମର୍ସିଡିଜରେ ଆସିଥିବା ବ୍ୟକ୍ତିଜଣକ ଯାହା କରଛନ୍ତି ତାହାକୁ ଦେଖିଲେ ଯେ କୌଣସି ବ୍ୟକ୍ତିଙ୍କର ରାମ ଚଢିଯିବ ।

ଭିଡିଓରେ ଦେଖିବାକୁ ମିଳିଛି,  ମହିଳା କର୍ମଚାରୀ ଜଣକ ତେଲ ପକାଇବା ପରେ ନୋଜଲକୁ ବାହାର କରି ପମ୍ପର ମେସିନରେ ଲଗାନ୍ତି ଆଉ ତା’ ପରେ ଭଦ୍ରତାର ସହ ଉକ୍ତ ବ୍ୟକ୍ତିଙ୍କୁ ପଇସା ମାଗନ୍ତି । ହେଲେ ବ୍ୟକ୍ତି ଜଣକ ଏଥିରେ ରାଗି ଯାଆନ୍ତି ବୋଧହୁଏ । ସେ ତାଙ୍କୁ ଟଙ୍କା ଦେବା ବଦଳରେ ତାଙ୍କ ଉପରକୁ ନୋଟର ବିଡା ଫୋପାଡି ଦିଅନ୍ତି । ଫଳରେ ନୋଟ ଗୁଡିକ ତଳି ବିଛାଡି ହୋଇ ପଡିଯାଏ । ପରେ ମହିଳା କର୍ମଚାରୀ ଜଣକ ଏହାକୁ ଗୋଟାଇ ରଖୁଥିବା ଦେଖିବାକୁ ମିଳିଥାଏ ।

ଟଙ୍କା ବିଡାକୁ ଉଡାଇ ପବନ ବେଗରେ ଗାଡି ନେଇ ପଳାଇ ଯାଆନ୍ତି ବ୍ୟକ୍ତି ଜଣକ । ହେଲେ ଏପରି ଦୁର୍ବ୍ୟବହାର ଦେଖି ମହିଳା କର୍ମଚାରୀଜଣକ ବି କାନ୍ଦି ପକାନ୍ତି । ଇଣ୍ଟରନେଟରେ ଏହି ଭିଡିଓଟି ଭାଇରାଲ ହୋଇଛି । ଭିଡିଓକୁ ଦେଖିବା ପରେ ଲୋକେ ଖୁବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ସ୍ଥାନୀୟ ମିଡିଆ ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରିଥିଲା ଏବଂ ପାଇବା ପରେ ଘଟଣା ସମ୍ପର୍କରେ ପଚାରିଥିଲା, ସେତେବେଳେ ସେ କହିଥିଲେ, ମୁଁ ଟଙ୍କା ଏମିତି ପବନରେ ଉଡାଇବାକୁ ଚାହୁଁ ନ ଥିଲି । କିନ୍ତୁ ବାଧ୍ୟ ହୋଇ କରିଥିଲି । କାରଣ ମୋର ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଏବଂ ମୁଁ ତରବର ଥିଲି ।

Leave A Reply

Your email address will not be published.