ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଶୁକ୍ରବାର ଖଦି ପୋଷାକ ଏବଂ ଶନିବାର ବିଦ୍ୟୁତ୍ ଚାଳିତ ଗାଡ଼ି ଧରି କ୍ୟାମ୍ପସକୁ ଆସିବେ। କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରିବା ସହ ସମସ୍ତ କର୍ମଚାରୀ ଖଦି ପୋଷାକ ବ୍ୟବହାର ନିମନ୍ତେ ବୁଧବାର କୁଳସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କୁଳପତି ପ୍ରଫେସର ଗିତାଞଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବ ସଚିଦାନନ୍ଦ ନାୟକଙ୍କ ପକ୍ଷରୁ ଜାରି ଏହି ନିର୍ଦେଶନାମା ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। ଆସନ୍ତା ୧୦ ତାରିଖ ଶୁକ୍ରବାର ଠାରୁ ପୁରୁଷ ମାନେ ଖଦିରେ ପ୍ରସ୍ତୁତି ପୋଷାକ ଓ ମହିଳାମାନେ ଶାଢ଼ୀ ପରିଧାନ କରି ବିଶ୍ବବିଦ୍ୟାଳୟ ଆସିବେ। ସେହିଭଳି ଶନିବାର ଅର୍ଥାତ୍ ୧୧ ତାରିଖ ଠାରୁ ପ୍ରଦୂଷଣ ମୁକ୍ତ କ୍ୟାମ୍ପସ ଗଠନ ପାଇଁ କର୍ମଚାରୀମାନେ କ୍ୟାମ୍ପସ ପରିସରରେ ବିଦ୍ୟୁତ୍ ଚାଳିତ ଗାଡି ବ୍ୟବହାର କରିବେ। ଯେଉଁ କର୍ମଚାରୀମାନେ ପେଟ୍ରୋଲ୍/ଡିଜେଲ୍ ଚାଳିତ ଗାଡ଼ି ଆଣିବେ, ସେମାନେ ଗାଡ଼ିକୁ କ୍ୟାମ୍ପସ୍ ବାହାରେ ରଖିବେ। ଏହି ନିର୍ଦ୍ଦେଶନାମା ଜାରି ପରେ ଅଣଶିକ୍ଷକ ଓ ଶିକ୍ଷକ ମହଲରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କେତେକ ଏହାକୁ ସ୍ବାଗତ କରୁଛନ୍ତି। ଅନ୍ୟ କେତେକଙ୍କ ମତ ଅନୁଯାୟୀ, ନିୟମ ଲାଗୁ ପୂର୍ବରୁ ମତାମତ ସଂଗ୍ରହ କରିବା ଉଚିତ୍ ଥିଲା।
BREAKING NEWS
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?

Comments are closed.