Latest Odisha News

ଷ୍ଟିଙ୍ଗ ଅପରେଶନରେ ଚେତନଙ୍କ ଖୁଲାସା: ଭାରତୀୟ ଖେଳାଳି ଫିଟ ପ୍ରମାଣ ପାଇଁ ଇଞ୍ଜେକଶନ ନେଉଛନ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କେତେକ ଖେଳାଳିଙ୍କୁ ନେଇ ଚୟନ କମିଟି ମୂଖ୍ୟ ଚେତନ ଶର୍ମା ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏକ ଷ୍ଟିଙ୍ଗ ଅପରେଶନରେ ସେ କହିଛନ୍ତି ଦଳରେ ଅନେକ ଖେଳାଳି ଫିଟ ନ ଥିଲେ ମଧ୍ୟ ଏହାକୁ ପ୍ରମାଣ କରିବା ପାଇଁ ଇଞ୍ଜେକଶନ ନେଉଛନ୍ତି । ସେମାନେ ଡୋପ ଟେଷ୍ଟରେ ଧରା ନ ପଡିବା ଭଳି ଇଞ୍ଜେକଶନ ନେଇ ସମସ୍ତଙ୍କୁ ଠକୁଛନ୍ତି । ଏହି ପୂର୍ବତନ ପେସ ବୋଲରଙ୍କ ଅନୁସାରେ ଦଳରୁ ବାହାର ନ ହେବା ପାଇଁ ସେମାନେ ଏହି ଭଳି କାର୍ଯ୍ୟ କରୁଛନ୍ତି । ଅନଫିଟ ଖେଳାଳି ଧରା ପଡିବା ଭୟରେ ପେନକିଲର ନିଅନ୍ତି ନାହିଁ । ଏହି ଅବସରରେ ସେ ଯଶପ୍ରୀତ ବୁମରାହଙ୍କ ଆଘାତ ସମସ୍ୟା ଗୁରୁତର ଥିଲା ।

ଇଂଲଣ୍ଡ ଗସ୍ତ ଅବସରରେ ବୁମରାହ ଆଘାତପ୍ରାପ୍ତ ହୋଇଥିଲେ । ସେ ଯଦି ଟି୨୦ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଖେଳିଥାନ୍ତେ ତାହାହେଲେ ଅତି କମରେ ବର୍ଷେ ବାହାରେ ବସିଥାନ୍ତେ । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ବୁମରାହ ଖେଳି ନ ଥିଲେ । ତେବେ କେଉଁ ଖେଳାଳି ଇଞ୍ଜେକଶନ ନେଉଛନ୍ତି ତାହା ଚେତନ ସ୍ପଷ୍ଟ ଭାବେ କହି ନ ଥିଲେ ।

Comments are closed.