Latest Odisha News

ଅପରାଧ ରୋକିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ହେବ ନୂଆ ପାଟ୍ରୋଲିଂ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କ୍ରମାଗତ ଭାବେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ରୋକିବାକୁ ତଥା ଅପରାଧିମାନଙ୍କୁ ତୁରନ୍ତ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ପାଟ୍ରୋଲିଂ ବ୍ୟବସ୍ଥା ହେଉଛି ।

ଗଣମାଧ୍ୟମକୁ ସୂଚନାଦେଇ ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି କହିଛନ୍ତି, ସହର ମଧ୍ୟରେ ପାଟ୍ରୋଲିଂ ବ୍ୟତୀତ ସହର ଉପକଣ୍ଠରେ ମଧ୍ୟରେ ବିଭିନ୍ନ ରାସ୍ତାଗୁଡ଼ିକୁ ବ୍ଲକ କରିବା ସହିତ ରାତ୍ରୀକାଳୀନ ଯାନବାହନ ଯାଞ୍ଚ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ।

“ଯାନବାହନ ଯାଞ୍ଚ ସମୟରେ ଏବେ ପୋଲିସ ପକ୍ଷରୁ ଫିଙ୍ଗରପ୍ରିଣ୍ଟ୍ କିଟ୍ ପଦ୍ଧତିର ଚେକିଂ ଆରମ୍ଭ ହେବ । ଯାହାଦ୍ୱାରା କି ଅପରାଧିମାନଙ୍କର ବିଭିନ୍ନ ରେକର୍ଡ଼ ସହଜରେ ଜଣାପଡ଼ିଯିବ,”ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

ରାଜଧାନୀରେ ତିନି ତିନୋଟି ସିରିଏଲ୍ ଲୁଟ୍ ଘଟଣା ସମ୍ପର୍କରେ ସେ କହିଛନ୍ତି, ଏହି ଲୁଟ୍ ଘଟଣାରେ ୩ଟି ଗ୍ୟାଙ୍ଗ୍ ସଂପୃକ୍ତ ରହିଛନ୍ତି । ଛାନଭିନ୍ ଚାଲିଛି ଖୁବ୍ ଶିଘ୍ର ସଂପୃକ୍ତ ଅପରାଧି ଧରାପଡ଼ିବେ ।

Leave A Reply

Your email address will not be published.