Latest Odisha News

BREAKING NEWS

କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବା ସତ୍ୱେ ‘କେବିକେ’ ଜିଲ୍ଲାରେ ବିକାଶମୂଳକ ଯୋଜନା ଜାରି ରହିବ: ମନ୍ତ୍ରୀ

ଭୁବନେଶ୍ୱର: କେବିକେ ଯୋଜନା ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତାକୁ ଦଳମତ ନିର୍ବିଶେଷରେ ଗୁରୁବାରଦିନ ବିଧାନସଭାରେ ଗମ୍ଭୀରତା ପ୍ରକାଶ ପାଇଛି ।

ଏସମ୍ପର୍କରେ ଗୃହର ପ୍ରଶ୍ନକାଳ ସମୟରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୧୯୯୮ରୁ ୯୯ ମଧ୍ୟରେ କେନ୍ଦ୍ର ସରକାର ୩୩୪୪.୯୫ କୋଟି ଟଙ୍କା କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟ (କେବିକେ) ଜିଲ୍ଲା ଲାଗି ରାଜ୍ୟକୁ ଅନୁଦାନ ମଞ୍ଜୁର କରିଥିଲେ । ସେହି ଅନୁଦାନର ୩୨୮୯.୮୮ କୋଟି ଟଙ୍କା ରାଜ୍ୟ ସରକାର ଉପଯୋଗ କରିଛନ୍ତି ।

କେନ୍ଦ୍ର ସରକାର ଏହି କେବିକେ ଯୋଜନା ଲାଗି ଆର୍ଥିକ ସହାୟତା ୨୦୧୭-୧୮ରେ ବନ୍ଦ କରିଦେବା ଫଳରେ ରାଜ୍ୟ ସରକାର ବିଜୁ କେବିକେ ଯୋଜନା ଅନ୍ତର୍ଗତ ବିଭିନ୍ନ ବିକାଶମୂଳକ ଯୋଜନା ମାଧ୍ୟମରେ ଜନହିତକର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.