Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ତା୦୨-୦୮-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୨ ରିଖ ଶୁକ୍ରବାର କର୍କଟ ୧୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର-: ବିଛା ଧନୁ ମୀନ ରାଶିର
ଆଜି: କଖାରୁ ଖାଇବା ନିଷେଧ

ମେଷ
ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ । ଭାତୃ ସମ୍ପର୍କ ନିବିଡ ହେବ । ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରା ସଫଳ ହେବ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ।ଶତୃମାନେ ପରାଜିତ ହେବେ ।

ବୃଷ
ଦେହ ମନ ସୁସ୍ଥ ରହିବ । ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି । ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ । ବକେୟା ଅର୍ଥ ହସ୍ତଗତ ହେବ ।

ମିଥୁନ
ପ୍ରତେକ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ । ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟରେ ସ୍ଥିରତା ରହିବ ନାହିଁ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ । ସମସ୍ଯା ଭିତରେ ଗତି କରିବେ ଯଗି ରଖି ଚଳନ୍ତୁ ।

କର୍କଟ
ଧନ ମାନ ସମ୍ମାନ ଐଶୁର୍ଯ୍ଯ ପ୍ରାପ୍ତିର ଯୋଗ ରହିଛି । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ । ଚେଷ୍ଟା କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ଦୀର୍ଘ ଦିନର ଆଶା ପୂରଣ ହେବ ।

ସିଂହ
ମାନସିକ ଶାନ୍ତି ମିଳିବ । ବହୁଦିନର ଆଶା ଅଭିଳାଷ ପୁରଣ ହେବ । ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ । ସନ୍ତାନ ମାନଙ୍କ କାର୍ଯ୍ୟ କଳାପ ସନ୍ତୋଷଜନକ ହେବ ।

କନ୍ୟା
ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ । ମହିଳାମାନେ ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ । ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।
ତୁଳା
କୌଣସି ଅନୁଷ୍ଠାନର ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିବେ । ସାଂସାରିକ ଜୀବନ ସୁଖମୟ ହେବ । ବହୁଦିନର ବିବାଦର ସମାଧାନ ହେବ ।ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ବିଛା
ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ । କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଶତୃମାନେ ଚକ୍ରାନ୍ତ କରିବେ । ଧନହାନୀ ପ୍ରାଣ ପୀଡାର ଭଯ ରହିଛି । ଦୂର ଯାତ୍ରା କରନ୍ତୁ ନାହିଁ ।

ଧନୁ
ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।

ମକର
ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ତ ସମସ୍ଯାର ସମାଧାନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ । ଦୂର ଯାତ୍ରାର ଯୋଗ ରହିଛି ।ଦେହ ମନ ସୁସ୍ଥ ରହିବ । ଉତ୍ତମ ଭୋଜନ ମିଳିବ ।ବ୍ଯବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

କୁମ୍ଭ
ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ଲାଭବାନ ହେବେ । ଛାତ୍ରଛାତ୍ରୀମାନେ ବିଦ୍ଯାରେ ମନୋନିବେଶ କରିବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନ ସୁଖମୟ ହେବ ।

ମୀନ
ଗୁପ୍ତ ଶତୃ ଭୟ ମନରେ ଭୟ ଆଶା ଆଶଙ୍କା ସୃଷ୍ଟି କରିବ।ମହିଳାମାନେ ସନ୍ତାନ ସନ୍ତତି ମାନଙ୍କ ପାଇଁ ଚିନ୍ତିତ ରହିବେ । ହଠାତ୍ ଦେହ ମନ ଅସୁସ୍ଥ ହୋଇପିରେ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।

 

Leave A Reply

Your email address will not be published.