Latest Odisha News

BREAKING NEWS

ଖୁବ ଶୀଘ୍ର ବିବାହ କରିବେ ସୁସ୍ମିତା ସେନ, ଜାଣି ରଖନ୍ତୁ ତାରିଖ

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ଜୀବନ ନବାକୁ ଯାଉଛି ଏକ ନୂଆ ମୋଡ଼ । ଖୁବ ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ସୁସ୍ମିତା । ସେ ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ ।

ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଶୁଣିବାକୁ ମିଲୁଥିବା ବେଳେ ଏବେ ସବୁ ଆଲୋଚନାରେ ପଡିଛି ପୂର୍ଣ୍ଣଛେଦ।

ବିବାହ ପାଇଁ ସୁସ୍ମିତାଙ୍କୁ ପ୍ରପୋଜ୍ କରିଛନ୍ତି ବୟଫ୍ରେଣ୍ଡ ରୋହମନ୍ । ଆଉ ରୋହମନଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ସୁସ୍ମିତା ।

ବିବାହକୁ ନେଇ ଏଯାଏଁ ଏହି ସେଲିବ୍ରେଟିଙ୍କ ଠାରୁ କିଛି ସ୍ପଷ୍ଟ ବୟାନ ମିଳିନଥିଲେ ମଧ୍ୟ ଚଳିତ ବର୍ଷ ନଭେମ୍ବର ମାସରେ ଉଭୟ ବିବାହ କରୁଥିବା ଶୁଣିବାକୁ ମିଳୁଛି ।

ତେବେ କିଛି ଦିନ ତଳେ ଉୟଭଙ୍କର ବ୍ରେକଅପ୍ ହୋଇଥିବା ଖବର ଆସିଥିଲା । ପରେ ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରି ଏହା ଏକ ଗୁଜବ ଥିବା ସୁସ୍ମିତା ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.