କ୍ୱେବାରାହ: ଏଠାରେ ଚାଲିଥିବା ଟି୨୦ ବିଶ୍ୱକପ କ୍ରିକେଟର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ୧୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଥିଲା । ନାଟ ସ୍କାଇଭର ବ୍ରାଂଟ ୫୦ ଓ ଆମୀ ଜୋନ୍ସ ୪୦ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରେଣୁକା ସିଂ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ଅକ୍ତିଆର କରିଥିଲେ । ୧୫୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସ୍ମୃତି ମାନ୍ଧାନା ୫୨ ଓ ରିଚା ଘୋଷ ୪୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।
England triumph over India to stay top of Group 2 🙌
📝: https://t.co/98WOCJe4Vr#ENGvIND | #T20WorldCup | #TurnItUp pic.twitter.com/yMWmCNU5BD
— ICC (@ICC) February 18, 2023
ଇଂଲଣ୍ଡ ପକ୍ଷରୁ ସାରାହ ଗ୍ଲେନ ୨ଟି ୱିକେଟ ହାସଲ କରିଥିଲେ । ଠିକଣା ବୋଲିଂ ଯୋଗୁ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଚରେ ବିଜୟୀ ହୋଇ ପାରି ନ ଥିଲା । ଇଂଲଣ୍ଡ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ୬ଟି ମ୍ୟାଚ ଖେଳି ଅପରାଜେୟ ରହିଛି ।
Comments are closed.